କାଶ୍ମୀରରେ ସୁଟିଂ ପାଇଁ ଅନୁଭବ : ଆତଙ୍କବାଦୀ ଆକ୍ରମଣରୁ ବର୍ତ୍ତିଲେ ଅଳ୍ପକେ

Published By : Prameya-News7 Bureau | September 15, 2018 IST

ଓଲିଉଡ୍ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ସୂଚନା ଅନୁଯାୟୀ ଅନୁଭବଙ୍କ ଅପକମିଂ ଫିଲ୍ମ“ପ୍ରେମକୁମାର”ର କିଛି ଅଂଶ କାଶ୍ମିର୍ରେ ସୁଟ୍ କରାଯାଇଛି । ସେପ୍ଟେମ୍ବର ୧୩ ତାରିଖରେ ଅନୁଭବଙ୍କ ସହିତ ଫିଲ୍ମର ଟିମ୍ କାଶ୍ମିର୍ର ଦୁଢପଟନୀ ଅଞ୍ଚଳରେ ସୁଟ୍ ସାରି ଫେରିବା ବେଳେ ଏଭଳି ଏକ ଅଘଟଣ ଘଟିଛି ।ସୁଟିଂ ସାରି ଫେରୁଥିବା ସମୟରେ ବାରମୁଲ୍ଲାଠାରେ ୨ଜଣ ଆତଙ୍କବାଦୀ ଓ ପୋଲିସ୍ଙ୍କ ଭିତରେ ଗୁଳି ବିନିମୟ ଚାଲିଥିଲା । ଏହା ସହିତ ଜାତୀୟ ରାଜପଥରେ ଯାଉଥିବା ଅନୁଭବଙ୍କ ଗାଡି ଓ ଅନ୍ୟ ଗାଡି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଆକ୍ରମଣ ସମୟରେ ଗାଡି ଭିତରେ ଅନୁଭବଙ୍କ ସମେତ କ୍ୟାମେରାମ୍ୟାନ୍ ରବିନ୍ଦ୍ର ବେହେରା ଓ ମେକ୍ଅପ୍ ମ୍ୟାନ୍ ମଧ୍ୟ ଥିଲେ । ପଛରେ ଆଉ ଏକ ଗାଡିରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହିତ ଫିଲ୍ମର ଅନ୍ୟ ୫ଜଣ କ୍ରିୟୁ ମେମ୍ବର ଆସୁଥିଲେ । ତେବେ ଯେପରି ଭାବେ ଗାଡିର ଡ୍ରାଇଭର ସେହି ସ୍ଥାନରୁ ଗାଡିକୁ ବାହାର କରିବାରେ ସଫଳ ହୋଇଥିଲେ । ବର୍ତ୍ତମାନ୍ ଫିଲ୍ମର ପୁରା ଟିମ୍ ଆକ୍ରମଣରୁ ବର୍ତ୍ତିଯାଇ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଯାଇଛନ୍ତି ।ଏବଂ ଫେରିବା ପରେ ଅନୁଭବ,ଦର୍ଶକଙ୍କ ଭଲପାଇବା ଓ ମହାପ୍ରଭୁ ଜଗ୍ଗନାଥଙ୍କ ଆଶିର୍ବାଦରୁ ଏତେ ବଡ ବିପଦରୁ ରକ୍ଷା ପାଇଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.