Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବାର୍ଷିକ ଅମରନାଥ ଯାତ୍ରା ସମ୍ପନ୍ନ, କରୋନା ଭାଇରସ ମହାମାରୀ ଲାଗି ପାଳିତ ହୋଇଥିଲା ସାଂକେତିକ ଯାତ୍ରା

22/08/2021 at 4:16 PM

ଜମ୍ମୁ ୨୨।୮:  ବାବା ଅମରନାଥଙ୍କ ବାର୍ଷିକ ଯାତ୍ରା ରବିବାର ଶ୍ରାବଣ ପୂର୍ଣ୍ଣିମାରେ ଉଦଯାପିତ ହୋଇଯାଇଛି। ଶ୍ରୀନଗର ଦଶନାମୀ ଆଖଡ଼ାର ମହନ୍ତ ଦୀପେନ୍ଦ୍ର ଗିରିଙ୍କ ନେତୃତ୍ୱରେ ‘ଛଡି ମୁବାରକ’ ବାବା ବର୍ଫାନୀଙ୍କ ଦର୍ଶନ ସହ ଏହି ବାର୍ଷିକ ଯାତ୍ରା ସମାପନ ହୋଇଛି। କରୋନା ଭାଇରସ ମହାମାରୀ ଲାଗି ଉପୁଜିଥିବା ପରିସ୍ଥିତିରେ ଚଳିତବର୍ଷ ଅମରନାଥ ଯାତ୍ରା ବାତିଲ ହୋଇଥିଲା। ତେବେ ଏହି ଯାତ୍ରା କେବଳ ସାଂକେତିକ ଅନୁଷ୍ଠାନ କରାଯିବା ସହ ଦୈନିକ ବାବାଙ୍କ ଆରତୀର ସିଧା ପ୍ରସାରଣ କରାଯାଉଥିଲା।

ଚଳିତବର୍ଷ ଲଗାତାର ଦ୍ୱିତୀୟ ବର୍ଷ ଶ୍ରଦ୍ଧାଳୁଙ୍କ ଲାଗି ଅମରନାଥ ଯାତ୍ରା ବାତିଲ ହୋଇଛି। ଗତ ଜୁନ ୨୮ ତାରିଖରୁ ଯାତ୍ରା ଆୟୋଜନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହେଲେ ଦେଶରେ କରୋନା ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା ପରିସ୍ଥିତି କାରଣରୁ ସାଂକେତିକ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ଲାଗି ରବିବାର ହେଲିକପ୍ଟର ଯୋଗେ ଛଡି ମୁବାକକୁ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚା ଯାଇଥିଲା।

ପହଲଗାଁବରୁ ଗୁମ୍ଭା ପର୍ଯ୍ୟନ୍ତ ରାସ୍ତାରେ ବରଫ ଜମି ରହିଥିବା ଯୋଗୁ ପଦଯାତ୍ରାରେ ଛଡି ମୁବାରକକୁ ଅମରନାଥ ନେଇ ଯିବାକୁ ପ୍ରଶାସନ ଅନୁମତି ଦେଇ ନଥିଲା। ଏଣୁ ଗତ ବ୍ୟାସ ପୂର୍ଣ୍ଣିମା ଜୁଲାଇ ୨୪ ତାରିଖରେ ଯାତ୍ରା ଲାଗି ପହଲଗାଁବରେ ଭୂମି ପୂଜନ ସମେତ ନବଗ୍ରହ ପୂଜା ଓ ଧ୍ୱଜାରୋହଣ କରାଯାଇଥିଲା। ତେବେ ଶ୍ରାବଣ ପୂର୍ଣ୍ଣିମାରେ ଛଡି ମୁବାରକ ସହ ମହନ୍ତ ଦ୍ୱିପେନ୍ଦ୍ର ଗିରି ସୀମିତ ସାଧୂଙ୍କ ସହ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ଅମରନାଥ ଗୁମ୍ଫାରେ ପହଞ୍ଚିବା ସହ ପୂଜର୍ଚ୍ଚନା ପୂର୍ବକ ବାବାଙ୍କ ଦର୍ଶନ କରାଇଛନ୍ତି। ଏହି ଅବସରରେ କରୋନା ପ୍ରସମନ ଲାଗି ମଧ୍ୟ ସାଧୁମାନେ ବାବାଙ୍କ ସହ ପ୍ରାର୍ଥନା କରିଛନ୍ତି।  

   Related Posts