ଭୁନେଶ୍ୱର: ଭାରତୀୟ ବନସେବା ଅଧିକାରୀ (IFS) ସୁଶାନ୍ତ ନନ୍ଦ ଅନେକ ସମୟରେ ଜୀବଯନ୍ତୁଙ୍କର ଅନେକ ମଜାଳିଆ ଭିଡିଓ ଟ୍ୱିଟ୍ କରିଥାନ୍ତି। କେତେବେଳେ ସିମ୍ପାଜୀ ବନ୍ଧା ହୋଇଥିବା ଦୌଡ଼ିରେ ଚାଲିବା ଭିଡିଓ ହେଉ କିମ୍ବା ପକ୍ଷୀର ସୁନ୍ଦର ତାନ। ଟ୍ୱିଟ୍ରେ ପୋଷ୍ଟ କରି ଜଙ୍ଗଲ ଜଗତର ସୁନ୍ଦରତାକୁ ସମସ୍ତଙ୍କ ସାମ୍ନାକୁ ଆଣନ୍ତି ସୁଶାନ୍ତ ନନ୍ଦ। ଆଉ ତାଙ୍କ ଟ୍ୱିଟ୍ ମଧ୍ୟ ସାଧାରଣରେ ଟ୍ରେଣ୍ଡ ହୋଇଥାଏ। ଅନେକ ୟୁଜର ଏଭଳି ଦୃଶ୍ୟର ମଜା ନିଅନ୍ତି। ଗଣମାଧ୍ୟମରେ ଏହାର ଖବର ବି ତିଆରି ହୁଏ।
ସୁଶାନ୍ତ ନନ୍ଦ ଏଥର ବି ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ଖୁବ ମଜାଳିଆ। ସବୁଠାରୁ ବଡ଼ କଥା ହେଲା ସୁଶାନ୍ତ ନନ୍ଦ ଯେଉଁ କ୍ୟାପ୍ସନ ଦେଇଛନ୍ତି ତାହା ଆହୁରି ମଜାଦାର।
ଭିଡିଓରେ କିଛି କଳା ଜନ୍ଦା ଆବୁଡ଼ାଖାବୁଡ଼ା ମାଟିରେ ପଡ଼ିଥିବା ସୁନା ଚେନ୍ ଭଳି ଦେଖାଯାଉଥିବା ଏକ ଚେନ୍କୁ ବୋହି ନେଉଛନ୍ତି। ସମସ୍ତେ ଧାଡ଼ିବାନ୍ଧି ସୁନା ଚେନ୍କୁ ବୋହି ନେଉଥିବା ଦେଖାଯାଉଛି। ଭିଡିଓ ପୋଷ୍ଟ କରି ଏହି ଜନ୍ଦାମାନଙ୍କୁ ମିନି ଗୋଲ୍ଡ ସ୍ମଗଲର ବୋଲି କହିଛନ୍ତି ସୁଶାନ୍ତ ନନ୍ଦ। ତେବେ ସେ ମଜାଳିଆ ଢଙ୍ଗରେ ପ୍ରଶ୍ନ କରିଛନ୍ତି ଯେ ଏମାନଙ୍କ ବିରୋଧରେ ଆଇପିସିର କେଉଁ ଧାରା ଲଗାଯିବ ?
wp:html/wp:htmlTiny gold smugglers 😀😀
— Susanta Nanda IFS (@susantananda3) June 28, 2022
The question is,under which section of IPC they can be booked? pic.twitter.com/IAtUYSnWpv
ସୁଶାନ୍ତ ନନ୍ଦଙ୍କ ଟ୍ୱିଟ୍ ବର୍ତ୍ତମାନ ଇଣ୍ଟରନେଟ୍ରେ ଭାଇରାଲ ହେଉଛି। ଅନେକ ଟ୍ୱିଟର ବ୍ୟବହାରକାରୀ ଏହାକୁ ରିଟ୍ୱିଟ୍ କରିବା ସହ ଲାଇକ୍ କମେଣ୍ଟ ମଧ୍ୟ କରୁଛନ୍ତି। ୭ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ହଜାରର ଅଧିକ ଲାଇକ୍ ମିଳିସାରିଥିବା ବେଳେ ଅନେକ ମଜା ମଜା କମେଣ୍ଟ ବି ଦେଉଛନ୍ତି ଲୋକେ। ଜଣେ ବ୍ୟକ୍ତି ମଜାଳିଆ ଢଙ୍ଗରେ କମେଣ୍ଟ ଦେଇ ଲେଖିଛନ୍ତି – ତାଙ୍କୁ କିଛି ଚିନି ଦେଇ ସୁନା ଚେନ୍କୁ ପୁଣିଥରେ ଫେରାଇ ଆଣି ହେବ।
ସୂଚନା ଥାଉକି, ଜନ୍ଦାମାନଙ୍କ ବହୁତ ଓଜନର ସାମଗ୍ରୀ ଟିକେ ନେବାର ବଳ ରହିଛି। ସେମାନେ ନିଜ ଓଜନରୁ ହାଜାରେ ଗୁଣା ଓଜନର ସମାଗ୍ରୀର ଓଜନ ସହିପାରିବେ ଓ ବହୁ ଓଜନର ସାମଗ୍ରୀ ବୋହି ନେଇପାରିବେ।