ଦକ୍ଷିଣରେ ଦୁର୍ବଳ ହେଉଛି କଂଗ୍ରେସ; ମୋଦିଙ୍କୁ ସମର୍ଥନର ଦିନକ ପରେ ହାତ ଛାଡ଼ିଲେ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ୍

Published By : Prameya-News7 Bureau | January 25, 2023 IST

ନୂଆଦିଲ୍ଲୀ: ହାତ ଛାଡ଼ିଲେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ।  କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ଅନିଲ୍ ଆଣ୍ଟୋନି । ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀକୁ ବିରୋଧ କରିବାର ଗୋଟିଏ ଦିନ ପରେ କଂଗ୍ରେସ ଛାଡ଼ିଛନ୍ତି । ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷଙ୍କୁ ପଠାଇ ଦେଇଛନ୍ତି । ବାକ୍ ସ୍ବାଧୀନତାକୁ ନେଇ ଲଢ଼ିବା ଅସହିଷ୍ଣୁତା କୁହାଯାଉଛି । ଟ୍ବିଟ୍ ଫେରାଇ ନେବାକୁ କୁହାଯିବାରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ।

ସମାଚାର ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ଆଣ୍ଟୋନି କହିଛନ୍ତି, ଗତ ୬ଦଶନ୍ଧିରୁ ଅଧିକ ସମୟ ଧରି ଆମ ପରିବାର କଂଗ୍ରେସ ପାର୍ଟି ସହିତ ରହି ଆସିଛି । ହେଲେ ବିବିସି ଡକ୍ୟୁମେଣ୍ଟାରୀ ବିରୋଧ କରିବାର ଗତ ୨୪ ଘଣ୍ଟା ମଧ୍ୟରେ କଂଗ୍ରେସ ପକ୍ଷରୁ ମତେ କ୍ଷତାକ୍ତ କରାଯାଇଛି । ଏହା ମୋତେ ବହୁ ଆଘତ ଦେଇଛି, ତେଣୁ କଂଗ୍ରେସ ଛାଡ଼ିବା ନିଷ୍ପତ୍ତି ନେଇଛି ବୋଲି ଅନିଲ୍ ଆଣ୍ଟୋନି କହିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ଏବଂ ଲୋକଙ୍କ ପାଇଁ କାମ କରିବା ଆଶବ୍ୟକ । କଂଗ୍ରେସରେ ରାହୁଲ ଗାନ୍ଧିଙ୍କ ଭଳି ନେତା, ଯିଏ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରି ସମ୍ପର୍କର ବାର୍ତ୍ତା ଦେଉଛନ୍ତି । ହେଲେ ତାଙ୍କରି ସମର୍ଥକ ତାଙ୍କୁ ବର୍ବାଦ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଗୁଜରାଟ ଦଙ୍ଗାକୁ ନେଇ ବିବିସି ତିଆରି କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ଏକ ଅଲଗା ଅନ୍ଦାଜରେ ଆସିଛନ୍ତି ଅନିଲ୍ ଆଣ୍ଟୋନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ କରିବା ସହିତ ଟ୍ବିଟ୍ କରି ଲେଖିଛନ୍ତି, ଭାରତୀୟ ସଂସ୍ଥା ଦ୍ବାରା ବିବିସିର ଦୃଷ୍ଟିକୋଣକୁ ପ୍ରାଥମିକତା ଦେବା ବହୁତ ବିପଦଜନକ । ଏହି ଫିଲ୍ମ ଦେଶବାସୀଙ୍କ ଉପରେ ଖରାପ ପ୍ରଭାବ ପକାଇବ । ଦେଶର ସାର୍ବଭୌମତ୍ବକୁ କ୍ଷୂର୍ଣ୍ଣ କରିବ ବୋଲି ଟ୍ବିଟରରେ ଲେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.