ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, କ୍ଲଷ୍ଟର-ହଟ୍‌ସ୍ପଟ୍ ଅଞ୍ଚଳରେ ଆଣ୍ଟିବଡି ବ୍ଲଡ୍ ଟେଷ୍ଟ ପାଇଁ ପ୍ରସ୍ତୁତି

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୫।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏକ ଆଡଭାଇଜରି ଜାରି କରିଛି । ଏଥିରେ କୋଭିଡ-୧୯ ପାଇଁ କ୍ଲଷ୍ଟର ଜୋନ୍ ଏବଂ ବୃହତ ସ୍ଥାନାନ୍ତରଣ କେନ୍ଦ୍ରରେ ଦ୍ରୁତ ଆଣ୍ଟିବଡି ଆଧାରିତ ରକ୍ତ ପରୀକ୍ଷା ପାଇଁ କୁହାଯାଇଛି ।

{"id":249093,"sizeSlug":"large"}

ଏକ ରିପୋର୍ଟ ଅନୁସାରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ସେହି କ୍ଲଷ୍ଟର କିମ୍ବା ହଟସ୍ପଟ୍ ଅଞ୍ଚଳରେ ଏହି ପରୀକ୍ଷା କରିବାକୁ ପରାମର୍ଶ ଦେଇଛି ଯେଉଁଠାରେ କରୋନା ଭାଇରସ୍ ସଂକ୍ରମଣର ଅଧିକ ମାମଲା ସାମ୍ନାକୁ ଆସିଛି । ଯେଉଁମାନଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଯେମିତି କାଶ, ଜ୍ବର କିମ୍ବା ଥଣ୍ଡା ଅଛି ସେହି ରୋଗୀଙ୍କୁ ୧୪ ଦିନ ହୋମ୍ କ୍ବାରେଣ୍ଟାଇନ୍ ପାଇଁ କୁହାଯାଇଛି । ଏହାପରେ ଦ୍ରୁତ ଆଣ୍ଟିବଡି ଆଧାରିତ ରକ୍ତ ପରୀକ୍ଷା କରାଯିବ ବୋଲି କୁହାଯାଇଛି ।

{"id":249092,"sizeSlug":"large"}

ଯଦି ରକ୍ତ ପରୀକ୍ଷଣ ଫଳାଫଳ ପଜେଟିଭ ଆସେ, ତେବେ ରୋଗୀଙ୍କୁ ଚିକିତ୍ସା ସୁବିଧା ଏବଂ ହୋମ୍ କ୍ବାରେଣ୍ଟାଇନ୍ କରାଯିବାକୁ ପରାମର୍ଶ ଦିଆଯାଇଛି । ତଥାପି ରକ୍ତ ପରୀକ୍ଷାରୁ ଜଣାପଡିବନାହିଁ ଯେ, ଜଣେ ବ୍ୟକ୍ତି କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ଅଛନ୍ତି କି ନାହିଁ । ଏହା ମାଧ୍ୟମରେ ଏହା ନିଶ୍ଚିତ ଭାବରେ ଜଣା ପଡିବ ଯେ କେଉଁ ବ୍ୟକ୍ତି ଭାଇରସ୍ ସଂସ୍ପର୍ଶରେ ଆସିଥିଲେ ।

{"id":249095,"sizeSlug":"large"}

ଅନ୍ୟପଟେ, ରାପିଡ୍ ଆଣ୍ଟିବଡି ବ୍ଲଡ୍ ଟେଷ୍ଟ ନେଗେଟିଭ ଅସିଲେ ମଧ୍ୟ ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ରେ ରହିବାକୁ ପଡିବ । ଆଣ୍ଟିବଡି ବ୍ଲଡ୍ ଟେଷ୍ଟ ପଜିଟିଭ୍ ଆସିଲେ ଗଳା କିମ୍ବା ନାକରୁ ନିଆଯାଇଥିବା ନମୁନାଗୁଡିକର RT-PCR ଦ୍ବାରା କରୋନା ଭାଇରସ୍ ସଂକ୍ରମିତ କି ନାହିଁ ନିଶ୍ଚିତ ହେବ । କରୋନା ଭାଇରସ୍ ସଂକ୍ରମଣର ସଠିକ୍ ସୂଚନା ପାଇଁ ସ୍ବାବ୍ ମାଧ୍ୟମରେ RT-PCR ପରୀକ୍ଷା କରାଯାଏ । ଏହା ଗଳା କିମ୍ବା ନାକରୁ ନିଆଯାଇଥାଏ ।

{"id":249094,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦେଶରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି । ଏଥି ସହିତ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.