AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଆମିଷ ପସନ୍ଦ କରୁଥିବା ବ୍ୟକ୍ତିମାନେ ନିଶ୍ଚୟ ପଢ଼ନ୍ତୁ: ନଚେତ୍ ସମସ୍ୟାରେ ପଡ଼ିବେ

15/01/2019 at 6:21 PM

ପଶୁଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ଔଷଧର କାର୍ଯ୍ୟ ଦକ୍ଷତା ହ୍ରାସ କରିଥାଏ। ଖାସ୍ କରି ଛେଳି ଏବଂ କୁକୁଡ଼ାରେ ଥିବା ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ୍ ଔଷଧର କ୍ଷମତାକୁ ଦୁର୍ବଳ କରୁଥିବା ଘଟଣା ସାମନାକୁ ଆସିଛି। ଆମେରିକୀୟ ବିଶେଷଜ୍ଞଙ୍କ ଦ୍ବାରା ଆର୍ନ୍ତଜାତୀୟ ସ୍ତରରେ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି।

ମଟନ୍ କିମ୍ବା ଚିକେନ୍ ଦ୍ବାରା ମଣିଷଙ୍କ ପାଖକୁ ପହଞ୍ଚୁଥିବା ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ୍ ପ୍ରତି ପ୍ରତିରୋଧ ହେବା କାରଣରୁ ଆମିଷ ଖାଉଥିବା ବ୍ୟକ୍ତିଙ୍କ ଔଷଧକୁ ପ୍ରଭାବହୀନ କରିଥାଏ।

କ୍ଷତିକାରକ ବ୍ୟାକ୍ଟେରିଆ ଥିବା ପଶୁଙ୍କ ମାଂସ ଖାଇବା ଦ୍ବାରା ରୋଗୀର ପାକସ୍ଥଳୀ ଅଧିକ ପ୍ରଭାବିତ ହୋଇଥାଏ। ଏପରି ରୋଗୀ ଆଣ୍ଟିବାୟୋଟିକ୍ ଖାଇବା ଦ୍ବାରା କୈାଣସି ଲାଭ ମିଳିନଥାଏ। ଆଣ୍ଟିବାୟୋଟିକର ଉନ୍ନତ ପିଢ଼ୀର ଔଷଧ ଦିଆଯିବା ସମୟରେ ରୋଗୀର ଅବସ୍ଥା ବହୁରି ବିଗିଡ଼ିଯାଇଥାଏ।  ଆଣ୍ଟିବାୟୋଟିକ୍ ପ୍ରତିରୋଧକାରୀ ବ୍ୟାକ୍ଟେରିଆ ଦ୍ବାରା ପ୍ରଭାବିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଅନ୍ୟ ଉପାୟ ଗ୍ରହଣ କରିବାକୁ ପଡ଼ିଥାଏ।

ରୋଗୀଙ୍କୁ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଦିଆଯାଇଥାଏ। ଆବଶ୍ୟକତା ପଡ଼ିଲେ ବ୍ୟାକ୍ଟେରିଆ ସମ୍ବେଦନାକୁ ଯାଞ୍ଚ କରି ଜଣା ପଡ଼ିଥାଏ ଯେ ରୋଗୀଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ପ୍ରତି ଔଷଧର କୈାଣସି ପ୍ରଭାବ ହେଉନାହିଁ।

ଆମିଷ ଖାଉଥିବା ବ୍ୟକ୍ତିମାନେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:

-ଆମିଷ ସହ ସାଲାଡ ଅଧିକ ପରିମାଣରେ ନିଅନ୍ତୁ।

-ଫାଇବର ପ୍ରଚୁର ପରିମାଣରେ ଥିବା ପରିବା,ଫଳ ଖାଆନ୍ତୁ।

– ଘରେ ରୋଷେଇ ହୋଇଥିବା ଆମିଷ ଖାଆନ୍ତୁ।

– ମାଂସ ଭଲଭାବେ ରୋଷେଇ ହୋଇଥିଲେ ଖାଆନ୍ତୁ।   

   Related Posts