scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

OTT ଉପରେ ଲାଗିଲା କଟକଣା, ଏବେ ତମାଖୁ ଚେତାବନୀ ଦେଖାଇବା ବାଧ୍ୟତାମୂଳକ

31/05/2023 at 4:32 PM

Anti-tobacco warnings on OTT platforms

ନୂଆଦିଲ୍ଲୀ, ୩୧/୦୫: OTT ପ୍ଲାଟଫର୍ମ ଉପରେ ଲାଗିଲା କଟକଣା। ଏଣିକି ବାଧ୍ୟତାମୂଳକ ଭାବରେ ତମାଖୁ ଚେତାବନୀ ଦେଖାଇବେ ସବୁ ଓଟିଟି ପ୍ଲାଟଫର୍ମ । ଆଉ ଯଦି କେହି ଓଟିଟି ପ୍ଲାଟଫର୍ମ ଏହି ନିୟମର ଖିଲାପ କରନ୍ତି, ତେବେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ବୁଧବାର ଓଟିଟି ପ୍ଲାଟଫର୍ମକୁ ନେଇ ଏହି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର।

ନୂଆ ଗାଇଡଲାଇନ ଅନୁଯାୟୀ, ଏଣିକି ଓଟିଟି ପ୍ଲାଟଫର୍ମରେ କୌଣସିବି କଣ୍ଟେଣ୍ଟ ବା କାର୍ଯ୍ୟକ୍ରମର ଆରମ୍ଭରେ ଏବଂ ମଝିରେ ତମାଖୁ ଚେତାବନୀ ଦେଖାଇବାକୁ ହେବ। ଏହା ସବୁ ପ୍ଲାଟଫର୍ମ ପାଇଁ ବାଧ୍ୟତାମୂଳକ, ଆଉ ଯଦି ଏହି ନିୟମ ନମାନନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବିଶ୍ୱ ତମାଖୁ ବର୍ଜନ ଦିବସ, ପ୍ରସଙ୍ଗ ରହିଛି ‘ଆମର ତମାଖୁ ନୁହେଁ, ଖାଦ୍ୟ ଦରକାର’

ସୂଚନାଥାଉକି, ଏପର୍ଯ୍ୟନ୍ତ ଦେଶରେ କେବଳ ଫିଲ୍ମ କିମ୍ବା ଟିଭି ଶୋ’ରେ ତମାଖୁ ଚେତାବନୀ ଦେଖାଇବା ନିୟମ ପାଳନ କରାଯାଉଛି। କିନ୍ତୁ ଓଟିଟି ପ୍ଲାଟଫର୍ମକୁ ନେଇ କୌଣସି ନିୟମ ନଥିଲା। ହେଲେ ଏବେ ଜାରି ହୋଇଥିବା ନୂଆ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମରେ ଆରମ୍ଭରେ ଏବଂ ମଧ୍ୟରେ ତମାଖୁ ସହ ଜଡ଼ିତ ସତର୍କତାମୂଳକ ଚେତାବନୀ ଦେଖାଇବାକୁ ହେବ।

ରିପୋର୍ଟ ଅନୁଯାୟୀ, ଓଟିଟି ପ୍ଲାଟଫର୍ମରେ ଦେଖାଯାଉଥିବା କଣ୍ଟେଣ୍ଟରେ ତମାଖୁ ଉତ୍ପାଦର ବ୍ୟବହାର ନେଇ ଅନେକ ଅଭିଯୋଗ ହୋଇଥିଲା। ଯାହା ପରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ଅନୁଯାୟୀ, ଓଟିଟି ପ୍ଲାଟଫର୍ମରେ ମଧ୍ୟ କାର୍ଯ୍ୟକ୍ରମରେ ତମାଖୁ ଉତ୍ପାଦ ପ୍ରଦର୍ଶନ ସମୟରେ ସ୍କ୍ରିନ୍‌ରେ ତମାଖୁ ସତର୍କତା ପ୍ରଦର୍ଶନ କରାଯିବ।

ଆହୁରି ପଢ଼ନ୍ତୁ: କାଲିଠୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଆପଣଙ୍କ ପକେଟ୍‌ ହେବନି ତ ପ୍ରଭାବିତ

   Related Posts