ଯାତ୍ରୀବାହୀ ବସରୁ ମାଡ଼ମାରି ଟଙ୍କା ଲୁଟିଲେ ଦୁର୍ବୃତ୍ତ

Published By : Prameya-News7 Bureau | October 13, 2019 IST

ନୀଳଗିରି ୧୩/୧୦: ଯାତ୍ରୀବାହୀ ବସରୁ ମାଡ଼ମାରି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।ସେରଗଡ଼-କପ୍ତିପଦା ୧୯ ନଂ ରାଜ୍ୟ ରାଜପଥର  ନୀଳଗିରି ଥାନା ସଜନାଗଡ ନିକଟ ଜାମୁଡ଼ିହିସାହି ଛକ ଠାରେ ଶରତରୁ ଭୁବନେଶ୍ବର ଯାଉଥିବା ବିଜୟା ବସକୁ ପ୍ରଥମେ ଏକ ଚାରି ଚକିଆ ଗାଡି ଅଟକାଇ ଥିଲା ।

{"id":169470}

ପରେ ଦୁଇଟି ବାଇକରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଚାରିଜଣ ଦୁର୍ବୁତ୍ତ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ମାଡମାରି ୧୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଖବର୍ ପାଇ ଘଟଣାସ୍ଥଳରେ ନୀଳଗିରି ଥାନାର ସବ-ଇନ୍ସପେକ୍ଟର ବାସୁଦେବ ଜୟସିଂହ ସଦଳେବଳେ ପହଁଚି ଛାନଭିନ୍ କରୁଥିବା ଦେଖିବାକୁ ମିଳିଛି।

..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.