ପଶ୍ଚିମବଙ୍ଗ ୦୩/୦୯: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଆଜି ପଶ୍ଚିମବଙ୍ଗ ବିଧାନସଭାର ପାସ୍ ହୋଇଛି ଐତିହାସିକ 'ଅପରାଜିତା' ବିଲ୍ । ପଶ୍ଚିମବଙ୍ଗ ସରକାର ଆଜି ଏହି ପଦକ୍ଷେପ ନେଇଛନ୍ତି । ବେଙ୍ଗଲର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି। ଫଳରେ ଏଣିକି ଦୁଷ୍କର୍ମକାରୀ ଦୋଷୀଙ୍କୁ ୧୦ଦିନରେ ମିଳିବ ମୃତ୍ୟୁଦଣ୍ଡ ।
#WATCH | Kolkata: At the West Bengal Assembly, CM Mamata Banerjee says, "The lady doctor died on August 9... I spoke to the parents of the deceased on the same day the incident happened, before going to their house they were given all the audio, video, CCTV footage so that they… pic.twitter.com/gcl5jwbXmh
— ANI (@ANI) September 3, 2024
ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି। ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବିଲ୍ ସରକାରୀ ଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ।