ଜେନେଭାରେ ଆଣ୍ଟି ଇଣ୍ଡିଆ ପୋଷ୍ଟରକୁ ନେଇ ଆପତ୍ତି କଲା ଭାରତ, ଡକାଇଲା ସ୍ୱିଜରଲ୍ୟାଣ୍ଡ ରାଜଦୂତଙ୍କୁ
5/03/2023 at 8:53 PM

ନୂଆଦିଲ୍ଲୀ ୫।୩: ଜେନେଭା ଜାତିସଂଘ ଭବନ ସମ୍ମୁଖରେ ଭାରତ ବିରୋଧୀ ପୋଷ୍ଟରକୁ ନେଇ ଭାରତ ପକ୍ଷରୁ କଡ଼ା ଆପତ୍ତି କରାଯାଇଛି। ରବିବାର ଏହି ମାମଲାରେ ସ୍ୱିଜରଲ୍ୟାଣ୍ଡ ରାଜଦୂତଙ୍କୁ ମଧ୍ୟ ଡକାଯାଇଛି। ଅଧିକାରୀକ ସୂତ୍ରରୁ ମିଳୁଥିବା ସୂଚନାରେ ସ୍ୱଜିରଲ୍ୟାଣ୍ଡ ରାଜଦୂତ ବୈଦେଶିକ ମନ୍ତ୍ରାଳୟଙ୍କ ଉଦବେଗକୁ ନେଇ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗକୁ ସେ ସ୍ୱିସ୍ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ଅଧିକାରୀ କହିଛନ୍ତି ଯେ ରାଜଦୂତ ଜେନେଭା ଜାତି ସଂଘ ଭବନ ଆଗରେ ଲଗାଯାଇଥିବା ପୋଷ୍ଟରରେ କରାଯାଉଥିବା ଦାବିକୁ ସେ କେବେବି ସମର୍ଥନ କରନ୍ତିନି। ସେହିପରି ଏହି ସବୁ ପୋଷ୍ଟର ସ୍ୱିସ୍ ସରକାରଙ୍କ ସ୍ଥିତିକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ ଯେ ଭାରତ ରବିବାର ସ୍ୱିସ୍ ରାଜଦୂତଙ୍କୁ ତଲବ କରି ଜାତି ସଂଘ ଭବନ ସମ୍ମୁଖରେ ‘ଦୁର୍ଭାବନାପୂର୍ଣ୍ଣ ଭାରତ ବିରୋଧୀ’ ପୋଷ୍ଟର ପ୍ରସଙ୍ଗରେ ବିରୋଧ ପ୍ରକଟ କରିଥିଲା। ଅଧିକାରୀକ ସୂତ୍ରରୁ ଏହି ସୂଚନା ମିଳିଛି।
ଜେନେଭାରେ ପୋଷ୍ଟର ଏପରି ସ୍ଥାନରେ ଲଗାଯାଇଛି ଯାହା ସମସ୍ତଙ୍କ ଲାଗି ଉପଲବ୍ଧ। ତେବେ ପୋଷ୍ଟରରେ କରାଯାଇଥିବା ଦାବି ସହ ସ୍ୱିଜରଲ୍ୟାଣ୍ଡ କେବେବି ସହମତ ନୁହେଁ କି ସମର୍ଥନ କରେନାହିଁ ବୋଲି ରାଜଦୂତ କହିଛନ୍ତି। ଏହା ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଅଧିକାରୀକ ପକ୍ଷ ବୋଲି ସେ କହିଛନ୍ତି।