ହରିୟାଣା ବିଧାନସଭାରେ ଧର୍ମାନ୍ତରଣ ବିରୋଧୀ ବିଲ ପାସ, ଏପରି କରିବାରେ ଚତୁର୍ଥ ରାଜ୍ୟ

Published By : Prameya-News7 Bureau | March 22, 2022 IST

ଚଣ୍ଡିଗଡ, ୨୨।୦୩ :  ହରିୟାଣା ବିଧାନସଭାରେ ବଳପୂର୍ବକ ଧର୍ମ ପରିବର୍ତ୍ତନ ବିରୋଧରେ ଏକ ବିଲ ପାରିତ ହୋଇଛି। ବଳ ପୂର୍ବକ ଅଥବା ପ୍ରଲୋଭନ ଦେଖାଇ ଧର୍ମପରିବର୍ତ୍ତନ ବିରୋଧରେ ବିଧେୟକ ବିଧାନସଭାରେ ପାରିତ ହୋଇଛି । ବିରୋଧୀ କଂଗ୍ରେସ ସରକାରଙ୍କ ଏହି ବିଲକୁ ବିରୋଧକରି ଗୃହ ତ୍ୟାଗ କରିଥିଲା। ମାର୍ଚ୍ଚ ୪ରେ ବିଧାନସଭାରେ ଆଗତ ହୋଇଥିବା ଏହି ବିଧେୟକ ଉପରେ ମଙ୍ଗଳବାର ଚର୍ଚ୍ଚା ହୋଇଥିଲା।

ପୂର୍ବରୁ ଏହିପରି ବିଧେୟକ ନିକଟରେ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ପାରିତ କରାଯାଇଛି। ହରିୟାଣା ବେଆଇନ ଧର୍ମାନ୍ତରଣ ନିରୋଧ ବିଧେୟକ ୨୦୨୨ ଅନୁସାରେ, ଯଦି କୌଣସି ପ୍ରଲୋଭନ ଏବଂ ଜାଲିଆତି କରି ଧର୍ମ ପରିବର୍ତ୍ତନ କରାଯାଏ ତେବେ ବର୍ଷେରୁ 5 ବର୍ଷ ଯାଏ ଜେଲ ଦଣ୍ତ ଏବଂ ଅତି କମରେ ଏକ ଲକ୍ଷ ଟଙ୍କାର ଜୋରିମାନର ପ୍ରବଧାନ ରହିଛି।

ବିଧେୟକ ଅନୁସାରେ, ଯିଏ ନାବାଳିକ କିମ୍ୱା ମହିଳା ଅଥବା ଅନୁସୂଚିତ ଜାତି କିମ୍ୱା ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଧର୍ମପରିବର୍ତ୍ତନ କରିବ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅତି କମରେ ୪ ବର୍ଷର ଜେଲ ଦଣ୍ଡ ମିଳିବ। ଏହାସହ ଏହି ଦଣ୍ଡ ୧୦ ବର୍ଷ ଜେଲ କିମ୍ୱା ୩ ଲକ୍ଷ ଟଙ୍କାର ଜରିମାନାକୁ ବଢିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.