ଟଙ୍କା ଉଠେଇବାବେଳେ ରୁହନ୍ତୁ ଅଚିନ୍ତା ; ପିଏନବି ଏଟିଏମରେ ନୂଆ ଟେକନିକ

Published By : Prameya-News7 Bureau | December 17, 2018 IST

ଦେଶର ଅଧିକାଂଶ ଲୋକଙ୍କ ପାଇଁ ଏଟିଏମରୁ ଟଙ୍କା କାଢ଼ିବ ଏକ ମୁଣ୍ଡ ବିଧା ଭଳି ଲାଗିଥାଏ | ବେଳେବେଳେ ଟଙ୍କା କାଢ଼ିବ ବେଳେ କାର୍ଡ କଲୋନିଙ୍ଗ ଭଳି ସମସ୍ୟା ଦେଖାଦେଇଥାଏ | ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ଏଟିଏମରେ ଏଣ୍ଟି ସ୍କ୍ରିନିଙ୍ଗ ମେସିନ ସ୍ଥାପନ କରିବା ପାଇଁ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦେଇଛି |

{"id":64616}


ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହି ପ୍ରକ୍ରିୟା ଆରମ୍ଭ କରିସାରିଛି | ୨୦୧୯ ମସିହା ମାର୍ଚ୍ଚ ସୁଦ୍ଧା ପିଏନବି ସମସ୍ତ ଏଟିଏମକୁ ସୁରକ୍ଷିତ ରଖିବା ପାଇଁ ଲକ୍ଷ୍ୟ ରଖିଛି | ପିଏନବି ଏକ ବୟାନରେ କହିଛି ଯେ, ବ୍ୟାଙ୍କ ଏଟିଏମ ନିର୍ମାତାଙ୍କ ଠାରୁ ଏଣ୍ଟି ସ୍କ୍ରିନିଙ୍ଗ ଟେକନିକ ମେସିନ ନେଉଛି | ୨୦୧୭ ମସିହା ପରେ ସ୍ଥାପିତ ଅଧିକାଂଶ ଏତିମେରେ ଏହି ଟେକନିକ ପୂର୍ବରୁ ରହିଛି | ଦେଶରେ ପିଏନବିର ପ୍ରାୟ ୯୫୦୦ ଏଟିଏମ ରହିଛି | ଏହି ସମସ୍ତ ଏଟିଏମକୁ ଆସନ୍ତା ବର୍ଷ ସୁଦ୍ଧା ସୁରକ୍ଷିତ କରିବା ପାଇଁ ବ୍ୟାଙ୍କ ଲକ୍ଷ୍ୟ ରଖିଛି |

{"id":64613,"width":589,"height":330}


ବ୍ୟାଙ୍କ କହିବାନୁଯାୟୀ, ଗ୍ରାହକମାନଙ୍କୁ ଏଟିଏମରୁ ଟଙ୍କା ଉଠାଇବାବେଳେ କିଛିଟା ସାବଧାନତା ଅବଲମ୍ବନ କରିବାକୁ ହେବ | ସର୍ବ ପ୍ରଥମେ ନିଜ ଏଟିଏମକୁ ଚୁମ୍ବକୀୟ ଚିପ ଲାଗିଥିବା ଏଟିଏମ କାର୍ଡରେ ପରିବର୍ତ୍ତନ କରନ୍ତୁ | ଚିପ ଲାଗିଥିବା କାର୍ଡକୁ ସହଜରେ କଲୋନିଙ୍ଗ କରାଯାଇ ପାରିବନାହିଁ | ଟଙ୍କା କାଢ଼ିବାବେଳେ ଆପଣଙ୍କ ଛଡା ଅନ୍ୟ କୌଣସି ଅପରିଚିତ ବ୍ୟକ୍ତି ଯେମିତି ଏଟିଏମ ଭିତରେ ନଥିବେ | କାର୍ଡ ରିଡର ମେସିନ ସହିତ ଠିକ ଭାବେ ରହିଛି ନା ନାହିଁ ଚେକ କରିବେ |

{"id":64615,"width":597,"height":457}

କାର୍ଡ ଢିଲା ଥିଲା ଟଙ୍କା ଉଠାଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଯାଇଥାଏ | ଯଦି ଏମିତି ହୁଏ ତାହେଲେ ଗ୍ରାହକ ଟଙ୍କା ଉଠାଣ ପ୍ରକ୍ରିୟାକୁ ରଦ୍ଦ କରିପାରିବେ | ଏଟିଏମରୁ ବାହାରକୁ ବାହାରିବାବେଳେ ହୋମ ସ୍କ୍ରିନ ଚେକ କରିବା ଭୁଲିବେ ନାହିଁ |
ଏଟିଏମ ହ୍ୟାକିଂକୁ ରୋକିବା ପାଇଁ କୌଣସି ସଫ୍ଟୱେୟାରର ବ୍ୟବହାର ନକରିବା ପାଇଁ ସମସ୍ତ ବ୍ୟାଙ୍କ ସୁନିଶ୍ଚିତ କରୁଛନ୍ତି | ଅରବିଆଇ ସୂଚନା ଅନୁସାରେ, ଗ୍ରାହକଙ୍କୁ ଚିପ ଆଧାରିତ ଏଟିଏମ ରଖିବା ଆବଶ୍ୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.