ଭାରତ ବୁଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଖୁସି,ଏପଟେ ସିଏଏ ନିଆଁରେ ଜଳୁଛି ଦିଲ୍ଲୀ
25/02/2020 at 9:55 PM

ନୂଆଦିଲ୍ଲୀ୨୫/୨: ଭାରତ ବୁଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଖୁସି । ପ୍ରଶଂସାରେ ପୋତି ପକାଇଛନ୍ତି ଭାରତ ଏବଂ ଭାରତବାସୀଙ୍କୁ। ସେପଟେ କିନ୍ତୁ ନାଗରିକତା ସଂଶୋଧନ ଆଇନ୍ ବା ସି.ଏ.ଏ. ନିଆଁରେ ଜଳୁଛି ରାଜଧାନୀ ଦିଲ୍ଲୀ । ସି.ଏ.ଏ ବିରୋଧୀ ଏବଂ ସପକ୍ଷବାଦୀମାନଙ୍କ ମଧ୍ୟରେ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ୧୦ ରେ ପହଞ୍ଚିଛି । ୨ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ଶତାଧିକ ଗୁରୁତର ଆହତ ହୋଇଛନ୍ତି । ୪ଟି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ଆଣାୟତ୍ତ ପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
ଜଣେ କନଷ୍ଟେବଳଙ୍କୁ ଅନ୍ତିମ ବିଦାୟ । ଦେଶର ନୂଆ କାନୁନ ସିଏଏର ନା ସେ ସମର୍ଥନ କରିନ୍ତି ନା ବିରୋଧ। ସେ ତ ତାଙ୍କ ଡ୍ୟୁଟି କରୁଥିଲେ। ଦେଶବାସୀଙ୍କୁ ସୁରକ୍ଷା ଦେଉଥିଲେ କିନ୍ତୁ ରାସ୍ତା ହୁଡ଼ିଯାଇଥିବା ଦେଶର କିଛି ନାଗରିକ ତାଙ୍କୁ ଦେଇଛନ୍ତି କଣ।ଏ ହେଉଛି କନଷ୍ଟେବଳ ରତନଲାଲଙ୍କ ପରିବାରର ଫଟୋ। ତାଙ୍କ ପରିବାର ପାଇଛି କଣ । କେବଳ ରତନଲାଲ କାହିଁକି ଦିଲ୍ଲୀରେ ଘଟିଥିବା ଏହି ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଗତକାଲି ୪ ଜଣ ପ୍ରାଣ ହରାଇଥିବା ବେଳେ ଆଜି ୫ ଜଣ ଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୩୫ ଜଣ ଆହତ ହୋଇଛନ୍ତି। ରତନଲାଲଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ବିଦାୟ ଦିଆଯାଇଛି।
ଚାରିଆଡ଼େ ବିଚ୍ଛାରି ହୋଇ ପଡ଼ିଛି ଟେକା ପଥର ଯାହାକୁ ଆୟୁଧ କରି ପରସ୍ପରକୁ ଲଲକାରିଥିଲେ ଦିଲ୍ଲୀର ସେହି ଆନ୍ଦୋଳନକାରୀ। ଜଳା ପୋଡ଼ାରେ ଅଙ୍ଗାର ହୋଇଯାଇଥିବା ଘରଦ୍ବାର, କାର,ମୋଟର ସାଇକଲ, ଦୋକାନ, । ସୁରକ୍ଷା ବାହିନୀ ପଇଁତରା ମାରୁଛନ୍ତି। ମଝିରେ ମଝିରେ ସାମ୍ନାକୁ ଆସୁଛି କିଛି ଭାଇରାଲ ଭିଡିଓ, କାଲି କେମିତି ରକ୍ତମୁଖା ହୋଇଥିଲେ ଜନତା।
କେମିତି ଚିହ୍ନା ମୁହଁସବୁ ଅଚିହ୍ନା ହୋଇଯାଇଥିଲା। ଆଉ ସାଙ୍ଗ ଶତ୍ରୁ ହୋଇଯାଇଥିଲା। ଚାଲିଥିଲା ଠେଙ୍ଗାବାଡି ଷ୍ଟମ୍ପ ଏପରିକି ବନ୍ଧୁକରେ ଆକ୍ରମଣ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଜଣେ କନଷ୍ଟେବଳଙ୍କୁ ଆଡକୁ ମାଡ଼ି ଆସୁଥିବା ଏହି ବ୍ୟକ୍ତି ହେଉଛନ୍ତି ଶାହାରୁଖ। ୮ଥର ସେ ଫାୟାରିଂ କରିଥିଲେ। ଆଜି ତାଙ୍କୁ ଗିରଫ କରାଯାଇଛି। ଅତି ସମ୍ବେଦନଶୀଳ ଉତ୍ତରପୂର୍ବ ଦିଲ୍ଲୀର ୧୨ଟି ଅଞ୍ଚଳରେ ଅଧିକ ୩୭ କମ୍ପାନୀ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ଗୃହ ବିଭାଗ ନିଷ୍ପତ୍ତି ନେଇଛି । ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି ।
ଦିଲ୍ଲୀ ପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଉପରାଜ୍ୟପାଳ ଅନିଲ ବୈଜାଲ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ଦିଲ୍ଲୀର ସମସ୍ତ ଡାକ୍ତରଖାନାକୁ ପ୍ରସ୍ତୁତ ରହିବାକୁ ସେ ଦେଇଛନ୍ତି ନିର୍ଦ୍ଦେଶ । ଏପରିକି କେଜରିୱାଲ ନିଜେ ରାଜଘାଟ ଯାଇ ଗାନ୍ଧିଙ୍କ ପାଖରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।ଦିଲ୍ଲୀ ଜଳୁଥିବା ବେଳେ କଣ ମୁଖ୍ୟମନ୍ତ୍ରୀ ଅସହାୟ ହୋଇଗଲେକି । ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି । ୨ କେନ୍ଦ୍ର ସମସ୍ତ ସହଯୋଗ କରିବା ଲାଗି ଆଶ୍ବାସନା ଦେଇଛି ସେପଟେ ପୋଲିସ ବଳ ଯଥେଷ୍ଟ ନୁହେଁ ବୋଲି କହୁଛନ୍ତି ଦିଲ୍ଲୀ ସରକାର। ଆଉ ୟା ଭିତରେ ଦିଲ୍ଲୀର ଆନ୍ଦୋଳନକାରୀ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି।