ରକ୍ତ ବୋହିବ; ଆମେ ଆସୁଛୁ ପ୍ରତିଶୋଧ ନେବୁ, ବ୍ରାହ୍ମଣ ତୁମେ ଭାରତ ଛାଡ଼: ଜେଏନ୍ୟୁ କାନ୍ଥରେ ଏଭଳି ଲେଖା ଦେଖି ଭୟରେ ଛାତ୍ର ଓ ପ୍ରଫେସର
1/12/2022 at 8:22 PM

ନୂଆଦିଲ୍ଲୀ: ଜେଏନ୍ୟୁରେ ପୁଣି ବିବାଦ। ଏଥିର ଜାତିବାଦକୁ ନେଇ ବିବାଦ ଉଠିଛି। ବିଶ୍ୱବିଦ୍ୟାଳୟ କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଛି। କଲେଜର ଭାଷା ଓ ସାହିତ୍ୟ ବିଭାଗର ଶ୍ରେଣୀ କାନ୍ଥରେ ଓ କେତେକ ଅତିଥି ଅଧ୍ୟାପକଙ୍କ ଚ୍ୟାମ୍ବର ଗେଟ୍ ଉପରେ ବ୍ରାହ୍ମଣଜାତି ପାଇଁ ଅପମାନ ଜନକ ଟିପ୍ପଣୀ ଲେଖାଯାଇଛି।
ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ଛାତ୍ର ସଂଘ ଓ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ। ବାମପନ୍ଥୀ ବିଚାରଧାରର ତତ୍ୱମାନେ ଏଭଳି କରିଛନ୍ତି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
କଲେଜ୍ କାନ୍ଥଗୁଡ଼ିକରେ ବ୍ରାହ୍ଣଣ ଓ ବଣିଆ ଜାତି ବିରୋଧରେ ବିଭିନ୍ନ ଅପମାନଜନକ ଟିପ୍ପଣୀ ଲେଖାଯାଇଛି। ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଘଟଣାକୁ ନେଇ ପ୍ରତିଷ୍ଠିତ ଜେଏନ୍ୟୁରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ପିଟିଆଇରେ ପ୍ରକାଶିତ ଖବର ଅନୁସାରେ ଜେଏନ୍ୟୁ କାନ୍ଥରେ ଲେଖାଯାଇଛି “ବ୍ରାହ୍ଣଣ ଭାରତ ଛାଡ଼ । ” ଏବଂ “ବ୍ରାହ୍ମଣ- ବଣିଆ ଆମେ ଆସୁଛୁ! ପ୍ରତିଶୋଧ ନେବୁ। ରକ୍ତପାତ ହେବ।” କେତେକ ପ୍ରଫେସରଙ୍କ କ୍ୱାର୍ଟରଙ୍କ ଚାମ୍ବର କାନ୍ଥରେ ଲେଖାଯାଇଛି କଲେଜ ନ ଯାଇ ଶାଖା(RSS) ଯାଅ।
While the Left-Liberal gang intimidate every dissenting voice, they appeal to elect EC representatives that "can assert the values of mutual respect and civility, & equal & just treatment of all."
— JNU Teachers' Forum (@jnutf19) December 1, 2022
'civility' & 'mutual respect'.
Highly deplorable act of vandalism! pic.twitter.com/pIMdIO9QsX
ସ୍କୁଲ ଅଫ୍ ଇଣ୍ଟରନ୍ୟାସ୍ନାଲ ଷ୍ଟଡିଜ୍-II କାନ୍ଥରେ ବ୍ରାହ୍ମଣ ଓ ବୈଶ୍ୟଙ୍କ ବିରୋଧରେ ଏହିସବୁ ଲେଖାଯାଇଛି। ଗୋଟିଏ ସ୍ଥାନରେ ଲେଖାଯାଇଛି ” ବ୍ରାହ୍ଣଣ-ବଣିଆ ଆମେ ଆସୁଛୁ ପ୍ରତିଶୋଧ ନେବୁ। ” ଆଉ ଗୋଟେ ସ୍ଥାନରେ ଲେଖାଯାଇଛି ” ବ୍ରାହ୍ମଣ ପରିସର ଛାଡ଼, ଭାରତ ଛାଡ଼।” ସେହିପରି ଅନ୍ୟ ଏକ ସ୍ଥାନରେ ଲେଖାଯାଇଛି “ଏବେ ରକ୍ତ ବୋହିବ।” ସେହିପରି ୩ ପ୍ରଫେସରଙ୍କ ଚାମ୍ବର ଗେଟ୍ରେ ଲେଖାଯାଇଛି “ଶାଖା(RSS)କୁ ଯାଅ।”

ପିଟିଆଇରେ ଆହୁରି କୁହାଯାଇଛି ଯେ ଘଟଣାକୁ ଦେଖି ଜେଏନ୍ୟୁର ଏବିଭିପି ଅଧ୍ୟକ୍ଷ ରୋହିତ କୁମାର କହିଛନ୍ତି ” କମ୍ୟୁନିଷ୍ଟ ଗୁଣ୍ଡାମାନଙ୍କ ଦ୍ୱାରା ଶିକ୍ଷା ସଂସ୍ଥାନରେ ଏଭଳି କାଣ୍ଡ ଘଟାଇବାକୁ ଏବିଭିପି ନିନ୍ଦା କରୁଛି। କମ୍ୟୁନିଷ୍ଟମାନେ ଜେଏନ୍ୟୁର ସ୍କୁଲ ଅଫ୍ ଇଣ୍ଟରନ୍ୟାସ୍ନାଲ ଷ୍ଟଡିଜ୍-II କାନ୍ଥରେ ଏଭଳି ଅଶାଳୀନ କଥା ଲେଖିଛନ୍ତି। ଡରାଇବା ପାଇଁ ସ୍ୱାଧୀନ ବିଚାରଧାରା ରଖୁଥିବା ପ୍ରଫେସରଙ୍କ କ୍ୱାର୍ଟର କାନ୍ଥରେ ମଧ୍ୟ ଏଭଳି ଲେଖିଛନ୍ତି। ଆମେ ବିଶ୍ୱାସ କରୁ ଯେ ଶୈକ୍ଷିକ ସ୍ଥାନ ତର୍କ ପାଇଁ ବ୍ୟବହାର କରାଯାଇପାରେ ହେଲେ ବିଷାକ୍ତ ପରିବେଶ ଓ ଛାତ୍ରଙ୍କ ପାଇଁ ନୁହେଁ।” ଜେଏନ୍ୟୁର ଶିକ୍ଷକ କମିଟି ମଧ୍ୟ ଘଟଣାକୁ ନିନ୍ଦା କରିବା ସହିତ ବାମପନ୍ଥୀଉଦାରବାଦୀ ଦଳ ଏଥିପାଇଁ ଦାୟୀ ବୋଲି କହି ଟ୍ୱିଟ୍ କରିଛି।
ତେବେ ଏଭଳି ନୂଆ ନୁହେଁ। ୨୦୧୯ରେ ମଧ୍ୟ ଜେଏନ୍ୟୁ କାନ୍ଥରେ ଭାରତ ଛୋଡ଼ ନାରା ଲେଖାଯାଇଥିଲା। ସେତେବେଳେ ବି ଘଟଣାକୁ ନେଇ କଡ଼ା ନିନ୍ଦା କରାଯାଇଥିଲା।