Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଶୁଖି ଗଲାଣି ଅଂଶୁପା ହ୍ରଦ

5/06/2018 at 11:47 AM

ଅଂଶୁପା । ଏସିଆ ମହାଦେଶର ସବୁଠୁ ବଡ ମଧୁର ଜଳ ହ୍ରଦ । ଗତ କିଛି ବର୍ଷ ହେଲା ସ୍ବଳ୍ପ ବୃଷ୍ଟିଯୋଗୁଁ ଅଂଶୁପା ଏବେ ଜରାଜୀର୍ଣ୍ଣ । ଶୁଖିଲା ପଡିବାକାରଣରୁ ଦଳ ମାଡିଗଲାଣି । ମାଛମରି ଜୀବିକା ନିର୍ବାହ କରୁଥିବା ମତ୍ସଜୀବୀ ଜୀବିକା ହରାଇବାକୁ ବସିଲେଣି । ଅଂଶୁପା ସୌନ୍ଦର୍ଯ୍ୟ ହରାଇ ବସିଥିବା ବେଳେ ପାଣି ଅଭାବରୁ ଚାଷ ପ୍ରଭାବିତ ହେଉଛି ।
ଶୁଖିଲା ପଡିଛି ଅଂଶୁପା ହ୍ରଦ । ମହାନଦୀରୁ ଅଂଶୁପାକୁ ସଂଯୋଗ ହୋଇଥିବା କେନାଲ ବି ଶୁଖିଲା । ପାଣି ଅଭାବରୁ ହ୍ରଦ ଏବେ ଦଳମୟ । ୭୫୦ ଏକର ବିଶିଷ୍ଟ ହ୍ରଦର ଅଳ୍ପ କିଛି ସ୍ଥାନରେ ପାଣି ରହିଛି । ଗତ କିଛି ବର୍ଷ ହେବ ମହାନଦୀ ଶୁଖିଲଶ ପଡିଥିବାରୁ ଏମିତି ସମସ୍ୟ ଦେଖାଦେଇଛି । କାରଣ ମହାନଦୀର ବନ୍ୟପାଣି ଅଂଶୁପାରେ ପ୍ରବେଶ କରିଥାଏ ।ପାଣି ନଥିବାରୁ ମାଛମାରି ଜୀବିକା ନିର୍ବାହ କରୁଥିବା ମତ୍ସଜୀବୀ ହାତ ବାନ୍ଧି ବସିଲେଣି । ଚାଷବାସ ଉପରେ ଏହାର ପ୍ରଭାବ ପଡିଛି ।
ବିଭିନ୍ନ ସମୟରେ ସରକାରୀ ଅର୍ଥରେ ଦଳ ସଫା କାମ ଚାଲିଛି । ହେଲେ ଏଥରୁ କିଛି ଫାଇଦା ମଳୁନି । କାରଣ ଅଳ୍ପ କିଛି ସ୍ଥାନରେ ପାଣି ଥିବାରୁ ସଫା ହେବାର ଅଳ୍ପ ଦିନ ମଧ୍ୟରେ ପୁଣି ଦଳ ମାଡିଯାଉଛି । ମହାନଦୀରେ ସ୍ବତନ୍ତ୍ର ବ୍ୟାରେଜ୍ ନିର୍ମାଣ ସହ ହ୍ରଦର ଚାରିପଟେ ସିମେଣ୍ଟ ଢାଳେଇ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନହେଲେ ଅଂଶୁପା ଦ୍ରଦ ଦିନେ ନିଶ୍ଚିହ୍ନ ହୋଇଯିବ ଏଥିରେ ସନ୍ଦେହ ନାହିଁ ।
ଏଭଳି ସ୍ଥିତିରେ ଅଂଶୁପାର ପୁନଃରୁଦ୍ଧାର ପାଇଁ ସରକାର କେବେ ଯୋଜନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

Leave a Reply

   Related Posts