ମିଳିଲାନି ଚାରି କାନ୍ଧ, ଶବ ସତ୍କାର କଲେ ସ୍ୱେଚ୍ଛାସେବୀ ସଂଗଠନ, ଶୁଦ୍ଧିକ୍ରିୟାରେ ସହଯୋଗ ନେଇ ଟ୍ରଷ୍ଟ ଦେଲା ପ୍ରତିଶୃତି

Published By : Prameya-News7 Bureau | July 03, 2021 IST

ଚଣ୍ଡିଖୋଲ, ୦୩/୦୭: ଆଜି ବି ବଞ୍ଚିଛି ମାନବିକତା । ଶବ ସତ୍କାର ପାଇଁ ମିଳିଲାନି ଚାରି କାନ୍ଧ ସବ ସତ୍କାର କଲେ ସ୍ବେଛାସେବୀ ସଂଗଠନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚହଟା ପଂଚାୟତର ଗୋକୁଳା ନନ୍ଦ ମିଶ୍ରଙ୍କ ଧର୍ମପତ୍ନୀ ଇଚ୍ଛାବତୀ ମିଶ୍ରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶବ ସତ୍କାର ପାଇଁ ସମସ୍ୟା ଦେଖା ଦେଇଥିଲା ।

କାହିଁକି ନା ସ୍ୱାମୀ ଗୋକୁଳାନନ୍ଦ ବାର୍ଦ୍ଧକ୍ୟ ଜନିତ ରୋଗରେ କୋମାରେ ଏବଂ ଶଯ୍ୟାଶାୟୀ ପୁଅ ଏକ ପ୍ରକାର ମସ୍ତିଷ୍କ ବିକୃତ । ଏକ ମାତ୍ର ଝିଅ ଶବ ସତ୍କାର କରିବା ସମ୍ଭବ ପର ନଥିବାରୁ ଦୀର୍ଘ ସମୟ ଧରି ଶବଟି ପଡି ରହିଥିଲା । ଚାରି କାନ୍ଧ ଦେବାକୁ ସାହି ପଡ଼ିଶା ଲୋକେ କେହି ବି ଆସି ନଥିଲେ । ଘଟଣା ବିଷୟରେ ଖବର ପାଇଁ ଜାରକା ସ୍ଥିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟମାନେ ପହଂଚି ମାନବିକତାର ପରିଚୟ ଦେଖାଇ ଥିଲେ । ତାଙ୍କ ଝିଅଙ୍କ ସହିତ କାନ୍ଧ ମିଳାଇ ଶବକୁ ନେଇ ବ୍ରାହ୍ମଣୀ ନଦୀ ପଠାରେ ସତ୍କାର କରିଥିଲେ । ଶୁଦ୍ଧିକ୍ରିୟାରେ ମଧ୍ୟ ସହଯୋଗ କରିବେ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରତିଶୃତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.