LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରିଲେସନଶିପ୍‌କୁ ନେଇ କନଫର୍ମ କଲେ ଅନସୁଲା, ବୟଫ୍ରେଣ୍ଡ ସହ ସେୟାର କଲେ ରୋମାଣ୍ଟିକ ଫଟୋ

29/03/2023 at 10:39 AM

ମୁମ୍ଵାଇ ୨୯।୦୩: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର। ତାଙ୍କ ଝିଅ ତଥା ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅନସୁଲା କପୁର । ସେ ବଡ ପରଦାରୁ ଦୂରରେ ରହିପାରନ୍ତି। ହେଲେ ତାଙ୍କର ଟ୍ରାନ୍ସଫରମେନ୍ସ ସହିତ ତ ବେଳେବେଳେ ତା’ର ଫ୍ୟାଶନେବଲ୍ ଅବତାର । ଏହି ସବୁ ପାଇଁ ଖୁବ୍‌ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଏବଂ ପ୍ରତିଦିନ ନୂଆ ପୋଷ୍ଟ ସେୟାର କରନ୍ତି । କିନ୍ତୁ ସେ ଗୋଟିଏ କାରଣରୁ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ତାଙ୍କର ଗୋଟିଏ ପୋଷ୍ଟ ଲାଇମଲାଇଟକୁ ଆସିଛି। ଅନସୁଲା ଶେଷରେ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଛନ୍ତି । ସେ ତାଙ୍କ ପ୍ରେମିକ ରୋହନ ଠକ୍କର ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।

ଅନସୁଲା କପୁର ଆଜି ତାଙ୍କ ଇନଷ୍ଟାରେ ରୋହନ ଠକ୍କରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ରୋହନ ଜଣେ ସ୍କ୍ରିନ୍ ରାଇଟର୍ । ଯାହାଙ୍କ ସହ ଅନସୁଲା ତାଙ୍କ ସମ୍ପର୍କ ଇନଷ୍ଟାଗ୍ରାମକୁ ଅଫିସିଆଲ୍ କରିଛନ୍ତି। ଏହି ଫଟୋ ମାଲଦ୍ୱୀପରୁ ଆସିଛି। ଯେଉଁଠାରେ ଦୁହେଁ ଏକାଠି ଛୁଟି କାଟୁଛନ୍ତି। ସୂର୍ଯ୍ୟୋଦୟ ସମୟରେ କ୍ଲିକ୍ ହୋଇଥିବା ଏହି ଫଟୋରେ ଉଭୟ ପରସ୍ପରକୁ ହସୁଛନ୍ତି । ଅନସୁଲା ଏହି ଫଟୋକୁ ଏକ ବିଶେଷ ଦିନରେ ସେୟାର କରିଛନ୍ତି। ଉଭୟ ସମ୍ପର୍କର ପ୍ରଥମ ବାର୍ଷିକୀ ପାଳନ କରିଛନ୍ତି।

ଫଟୋ ସହିତ ଥିବା କ୍ୟାପସନରେ ଲେଖାଥିଲା, ‘୩୬୬.’ ଉଭୟ ମାଲଦ୍ୱୀପରେ ସେମାନଙ୍କର ବାର୍ଷିକୀ ପାଳନ କରିଥିଲେ। ଅନେକ ସେଲିବ୍ରେଟଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଥିଆ ଶେଟ୍ଟୀ, ଭଉଣୀ ଜାହ୍ନବୀ ଏବଂ ଖୁସି କପୁର, ରିୟା କପୁରଙ୍କ ସମେତ ଅନେକ ସେଲିବ୍ରେଟ୍ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାପୂର୍ବରୁ ଅନସୁଲା- ରୋହନଙ୍କ ସହ ଅନେକ ଥର ଫଟୋ ସେୟାର କରିଛନ୍ତି। ପୂର୍ବରୁ ଥାଇଲ୍ୟାଣ୍ଡରୁ ଉଭୟଙ୍କ ଫଟୋ ସାମ୍ନାକୁ ଆସିଥିଲା। ଯାହା ପରେ ସେମାନଙ୍କ ଡେଟିଂର ଖବର ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ଅନସୁଲା ବର୍ତ୍ତମାନ ସମସ୍ତ ଗୁଜବକୁ ଶେଷ କରିଛନ୍ତି।

   Related Posts