ଭୁବନେଶ୍ବର ୩।୧୦: ଭୁବନେଶ୍ବର ସାଲିଆସାହି ନିକଟ ନୂଆ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଅନ୍ୟ ଜଣଙ୍କର ମୃତ୍ୟୁ । ସୋମବାର ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା କାର୍ ମାଲିକ ରହୁଥିବା କଲୋନୀରେ ଉତ୍ତ୍ୟକ୍ତ ଲୋକେ ଘେରାଉ କରିଛନ୍ତି । ମୃତକଙ୍କ ପରିବାର ସମେତ ଶତାଧିକ ସ୍ଥାନୀୟ ବସ୍ତିବାସିନ୍ଦା କାର୍ ମାଲିକଙ୍କୁ ପୋଲିସ ଲୁଚାଇ ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଚନ୍ଦ୍ରଶେଖରପୁର ପୋଲିସ ସମେତ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ସାଲିଆ ସାହି ନୂଆ ରାସ୍ତାରେ ସୋମବାର ମଧ୍ୟାହ୍ନରେ ଏକ ଭୟାନକ ଦୁର୍ଘଟଣା ଘଟିଥିଲା । ଟର୍ଣ୍ଣିଂରେ ଏକ ସ୍କୁଟିକୁ ଧକ୍କା ଦେଇ ପ୍ରାୟ ୧୦୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା ଏକ କାର୍ । ଫଳରେ ସ୍କୁଟିରେ ବସିଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିଲେ । ତେବେ ଗୁରୁତର ଯୁବକଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ଉଭୟଙ୍କ ଘର ନୀଳାଦ୍ରି ବିହାର ହରେକୃଷ୍ଣ ବସ୍ତିରେ । ଲୋକେ ସେମାନଙ୍କୁ ଟାଟାଏସିଇ ଏବଂ ଅଟୋ ସାହାଯ୍ୟରେ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲେ । ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ଥାନାକୁ ନେଇଥିଲା ।
wp:embed {"url":"https://www.prameyanews7.com/scooty-car-accident-at-bbsr-saliasahi/","type":"wp-embed","providerNameSlug":"prameya-news-7"}ସୋମବାର ଦିନ ୧ଟା ବେଳେ ଉତ୍କଳ ହସ୍ପିଟାଲ ଆଡୁ ଏକ ହୁଣ୍ଡାଇ ଆଇ୧୦ କାର୍ ସାଲିଆ ସାହି ଆଡ଼କୁ ଯାଉଥିଲା । ଦୁଇ ସ୍କୁଟି ଚାଳକ ସାଲିଆ ସାହି ପଟୁ ଘରକୁ ଫେରୁଥିଲେ । ଉକ୍ତ ରାସ୍ତାର ବୁଦ୍ଧପାର୍କ ପାର୍ଶ୍ବକୁ ଯିବା ରାସ୍ତାର ୟୁଟର୍ଣ୍ଣରେ ସ୍କୁଟି ବୁଲାଉଥିବା ବେଳେ କାରଟି ଖୁବ୍ ଜୋରରେ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ସ୍କୁଟି ସହ ଉଭୟଙ୍କୁ ପ୍ରାୟ ଶହେ ମିଟର ଯାଏଁ କାରଟି ଘୋଷାଡ଼ି ନେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ୨ ଜଣ ରାସ୍ତା ଉପରେ ପଡ଼ି ଛଟପଟ ହେଉଥିଲେ । ସେହିବାଟ ଦେଇ ଯାଉଥିବା କିଛି ଲୋକେ ଏହା ଦେଖି ମୈତ୍ରୀ ବିହାର ଥାନା ଏବଂ ଆମ୍ବୁଲାନ୍ସକୁ ଫୋନ୍ କରି ଜଣାଇଥିଲେ । ହେଲେ କେହି ଆସିନଥିଲେ । ଲୋକେ ବାଧ୍ୟ ହୋଇ ଏକ ଟାଟା ଏସିଇ ଏବଂ ଅଟୋରେ ୨ ଗୁରୁତରଙ୍କୁ ପାଖ ଏକ ହସ୍ପିଟାଲକୁ ପଠାଇଥିଲେ । ହସ୍ପିଟାଲରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଉକ୍ତ ରାସ୍ତାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ପହଞ୍ଚି ହୋହଲ୍ଲା କରିଥିଲେ । ପୋଲିସ ଏବଂ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚିଥିଲେ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଲୋକେ କହିଥିଲେ । ପୋଲିସ ପଛରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା । ଅନ୍ୟପଟେ କାର୍ ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଥିଲା ।
You Can Read :
wp:embed {"url":"https://www.prameyanews7.com/gold-smuggling-racket-busted-in-ganjam-district/","type":"wp-embed","providerNameSlug":"prameya-news-7"}