ଭାରତରେ ଆଉ ଜଣେ ଦ’ ଗ୍ରେଟ୍ ଖଲି, ତାଙ୍କ ହାଇଟ୍ ଓ ଚେହେରା ଦେଖି ଖଲି ବି ହୋଇଗଲେ ତାଜୁବ
18/01/2019 at 11:37 AM

ଜଲନ୍ଦର୧୮|୧: ଦ ଗ୍ରେଟ ଖଲିଙ୍କୁ ନେଇ ଭାରତ ଗର୍ବ କରେ । ଖଲିଙ୍କ ଉଚ୍ଚତା , ଓଜନ ଏବଂ ଶକ୍ତି ସମସ୍ତଙ୍କ ପାଇଁ ଏକ ଉଦାହରମ ହୋଇ ରହିଯାଇଛି । ତେବେ ଖଲିଙ୍କୁ ଟକ୍କର ଦେଲାଭଳି ଆଉ ଜଣଙ୍କ ନାଂ ଏବେ ବେଶ ଚର୍ଚ୍ଚାରେ । ଏହି ଯୁବକଙ୍କ ହାଇଟ ଓ ଚେହେରା ଦେଖି ନିଜେ ଖଲି ମଧ୍ୟ ତାଜୁବ ହୋଇଯାଇଛନ୍ତି । ଏହି ଯୁବକଙ୍କ ନାଁ ହେଲା ଗୁରବିନ୍ଦର ଓରଫ୍ ଶେଙ୍କି ।

ଦ ଗ୍ରେଟ ଖଲି ଏକାଡେମିର ୨୭ ବର୍ଷ ବୟସ୍କ ଗୁରବିନ୍ଦର ଓରଫ୍ ଶେଙ୍କି ୱାଲର୍ଡ ରେସଲିଂ ଏଣ୍ଟରଟେନମେଣ୍ଟରେ ଭାଗ ନେଇ ଦେଶର ନାଁ ରଖିବାକୁ ଚାହାନ୍ତି। ଦିଲ୍ଲୀପ ରାଣା ଓରଫ ଖଲିଙ୍କୁ ସେ ନିଜ ଆଦର୍ଶ ମାନନ୍ତି। ୨୦୧୦ ମସିହାରେ ସେ ବିକମ୍ ପାସ କରିଥିଲେ। ୨୦୧୫ ମସିହାରେ ଖଲି ଇନଷ୍ଟିଚ୍ୟୁଟରେ ଟ୍ରେନିଂ ଆରମ୍ଭ କରିଥିଲେ। ଗତ କିଛି ମାସ ପୂର୍ବରୁ ଦୁବଇରେ ପାଞ୍ଚ ଦିନର ଟ୍ରାୟଲ ହେଇଥିଲେ। ଗୁରବିନ୍ଦରଙ୍କ ପରିବାରର ଆର୍ଥିକ ଅବସ୍ଥା କିଛି ଠିକ୍ ନାହିଁ।

ଜଲନ୍ଦର ଖଲି ଏକାଡେମିରୁ ସେ ତାଙ୍କ ଟ୍ରେନିଂ ସାରିଛନ୍ତି। ଇତି ମଧ୍ୟରେ ସେ ବହୁ ପ୍ରତିଯୋଗିତାରେ ବିଜୟୀ ହୋଇସାରିଲେଣି। ଡବ୍ଲୁଡବ୍ଲୁଇ ପାଇଁ ଓଜନ ବଢେଇବା ସହ ଅଧିକ ପ୍ରୋଟିନ ମଧ୍ୟ ନବାକୁ ପଡିଥାଏ। ୭ ଫୁଟ୍ ଉଚ୍ଚ ଶେଙ୍କିଙ୍କ ଓଜନ ୧୩୫ କିଲୋ। ତେବେ ଓଜନ ବଢେଇବା ପାଇଁ ପ୍ରତିଦିନ ୨୬୦ ଗ୍ରାମ ପ୍ରୋଟିନ ଦରକାର। ପ୍ରୋଟିନ ପାଇଁ ଗୋଟେ ଦିନରେ ୪୦ରୁ ଅଧିକ ଅଣ୍ଡା ଓ ୧କିଲୋ ମାଂସ ଖାଇବା ଦରକାର। ଏହା ସହ ସଠିକ ପରିମାଣର ଭାତ ଏବଂ ରୁଟି ମଧ୍ୟ ଖାଇବାକୁ ପଡେ ଉଚିତ୍।

ତେଣୁ ଗୁରବିନ୍ଦର ମଧ୍ୟ ସବୁଦିନ ସକାଳେ ଦେଢ ଡର୍ଜନ ଅଣ୍ଡା, ଦଲିଆ, ଏବଂ ୨ଲିଟର କ୍ଷୀର ପିଅନ୍ତି । ମଧ୍ୟାହ୍ନ ଭୋଜନରେ ମାଂସ, ଡାଲି, ଓ ଗୋଟେ ବଡ ଥାଳି ଭାତ ଓ ରୁଟି ଖାଆନ୍ତି। ସଂଧ୍ୟା ବେଳେ ଗୋଟେ ଡର୍ଜନ ଅଣ୍ଡା ଓ ରାତିରେ ଚିକେନ, ଭାତ, ଡାଲି ରୁଟି ଖାଆନ୍ତି। ଶେଙ୍କିଙ୍କର ପ୍ରତି ମାସ ଖାଇବା ପିଇବାରେ ୫୦ ହଜାର ଟଙ୍କା ଖର୍ଚ୍ଚ ହୁଏ।
