ମାଲାୟଲମ ଅଭିନେତା ବିଜୟ ବାବୁଙ୍କ ନାଁରେ ପୁଣି ଏକ ଅସଦାଚରଣ ଅଭିଯୋଗ; ମହିଳା କହିଲେ, ମୋତେ କିସ୍ କରିବାକୁ ନଇଁଲା ବେଳେ...

Published By : Prameya-News7 Bureau | April 30, 2022 IST

ଥିରୁଭନନ୍ତପୁରମ: ମାଲାୟଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ନାଁରେ ପୁଣି ଏକ ଅସଦାଚରଣ ଅଭିଯୋଗ। ଏଥର ଆଉ ଜଣେ ମହିଳା ବିଜୟଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି। କାମ ସମ୍ପର୍କିତ ମିଟିଂ ଅଛି ବୋଲି କହି ବିଜୟ ତାଙ୍କୁ ଡକାଇ ତାଙ୍କୁ କିସ୍ ଦେବାକୁ ଚେଷ୍ଟା କରିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି।  

#MeToo Kerala ନାମରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ମହିଳା ଜଣଙ୍କ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଲଗାଇଛନ୍ତି। ସେ ବିଜୟକୁ ମାତ୍ର ୨୦-୩୦ ମିନିଟ ମଧ୍ୟରେ ଜାଣିଥିଲେ ବି ବିଜୟ ତାଙ୍କୁ କିସ୍ କରିବାକୁ ଚେଷ୍ଟା କରୁଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି। ଏହି ଘଟଣା ପାଇଁ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଗଲେ ବୋଲି ମହିଳା ଅଭିଯୋଗ କରିଛନ୍ତି।

ବିଜୟଙ୍କ ବିରୋଧରେ ପ୍ରଥମ ଅଭିଯୋଗ ହେବା ପରେ ମହିଳା ଜଣଙ୍କ ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ କରିଥିଲେ। ଏନେଇ ସେ ତାଙ୍କ ଇନ୍‌ଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି “ ସେ ମଦ୍ୟାପାନ କରିଥିଲେ ମୋତେ ବି ମଦ ଯାଚିଥିଲେ। ମୁଁ କିନ୍ତୁ ମଦ ପିଇବାକୁ ମନା କରିଦେଇ ମୋ କାମ କରୁଥିଲି। ଏହାପରେ ସେ ହଠାତ୍ ନଇଁ ପଡ଼ି ମୋ ଓଠକୁ କିସ୍ କରିବା ପାଇଁ ଉଦ୍ୟତ ହେଲା ବେଳକୁ ସୌଭାଗ୍ୟ ବଶତଃ ମୁଁ ପଛକୁ ଫେରିଆସିଲି। ଏହି ଘଟଣାକୁ ନେଇ ମୁଁ ତାଙ୍କୁ କୌଣସି ପ୍ରଶ୍ନ କରିନଥିଲି।  ଏହାପରେ ମୁଁ ତାଙ୍କୁ ଅନାଇବା ପରେ ସେ ମୋତେ ଗୋଟେ କିସ୍ କରିବାକୁ ପଚାରିଲେ।”

ସୂଚନା ଥାଉକି, ବିଜୟ ବିରୋଧରେ ମାମଲା ରୁଜୁ ହେବା ପରେ ପୁଲିସ ଲୁକ୍‌ ଆଉଟ୍ ନୋଟିସ ଜାରି କରିଛି। ଏହାପରେ ବିଜୟ ପୁଲିସ ଶୃଙ୍ଖଳରୁ ବର୍ତ୍ତିବା ପାଇଁ ଆଗୁଆ ବେଲ୍ (ଆଣ୍ଟିସିପେଟୋରୀ ବେଲ୍)ଆବେଦନ କରିଛନ୍ତି। ବର୍ତ୍ତମାନର ସୂଚନା ଅନୁସାରେ, ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଲାଗିବା ପରେ ବିଜୟ ବର୍ତ୍ତମାନ ଫେରାର ଅଛନ୍ତି। ଏବଂ ଖୁବଶୀଘ୍ର ଦେଶ ଛାଡ଼ି ପଳାଇପାରନ୍ତି ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ମଧ୍ୟ ବିଜୟଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଓ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ। କଥିତ ପୀଡ଼ିତା ମହିଳା ଏପ୍ରିଲ ୨୨ ତାରିଖରେ ବିଜୟଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ବିଜୟ ତାଙ୍କୁ ଶାରିରୀକ ନିର୍ଯାତନା ଦେବା ସହିତ ମାର୍ଚ୍ଚ ୧୩ ତାରିଖରୁ ୧୪ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ତାଙ୍କର ଯୌନ ଶୋଷଣ କରିଥିଲେ ବୋଲି ମହିଳା ଅଭିଯୋଗରେ ଦର୍ଶାଇଥିଲେ। ଏନେଇ ପୀଡ଼ିତା ‘ଓମେନ୍ ଏଗେଁଷ୍ଟ ହାରାସମେଣ୍ଟ’ ନାଁରେ ଥିବା ଏକ ଫେସ୍‌ବୁକ୍‌ ଗ୍ରୁପ୍‌ରେ ପୋଷ୍ଟ କରିବା ସହିତ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।

ପରେ ପୁଲିସ ବିଜୟ ବାବୁ ନାଁରେ ମାମଲା ରୁଜୁ କରି ଲୁକ୍‌ ଆଉଟ୍ ନୋଟିସ୍ ଜାରି କରିଥିଲା। ଏପଟେ ମାମଲା ରୁଜୁ ହେଲା ପରେ ଫେରାର ହୋଇଯାଇଥିଲେ ମାଲାୟଲମ ଅଭିନେତା ବିଜୟ। ତେବେ ସେ ମଧ୍ୟ ସୋସିଆଲ୍ ମିଡିଆରେ ଆସି ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ଏପ୍ରିଲ ୨୬ ତାରିଖରେ ସେ ଫସ୍‌ବୁକ୍‌ରେ ଲାଇଭ ଆସି ବିଜୟ କହିଛନ୍ତି ଯେ ଜଣେ ମହିଳା ତାଙ୍କୁ ନିର୍ଯାତନା ଦେଉଛନ୍ତି ଓ ସେ ହି ପ୍ରକୃତ ପୀଡ଼ିତ। ଏଥିସହିତ ସେ ଅଭିନେତ୍ରୀଙ୍କୁ ନାଁ ବି ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.