ପଦାରେ ପଡିଲା ପାକିସ୍ତାନୀ ଅବ୍ୟବସ୍ଥାର ଆଉ ଏକ ନମୁନା, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନରେ ଯୁବତୀଙ୍କ ଭିଡିଓ ଭାଇରାଲ

Published By : Prameya-News7 Bureau | October 25, 2019 IST

ଇସ୍ଲାମାବାଦ୨୫|୧୦: ପାକିସ୍ତାନର ଏକ ବିବାଦୀୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଇମ୍ରାନ ଖାନଙ୍କ ଆସନରେ ଜଣେ ଯୁବତୀଙ୍କୁ ବସିଥିବାର ଦେଖାଯାଉଛି। ଯୁବତୀଜଣକ ଅନ୍ୟ କେହି ନୁହଁନ୍ତି, ଦେଶର ଲୋକପ୍ରିୟ ଟିକଟକ୍‌ ଷ୍ଟାର ହରୀମ୍ ଶାହ ଏହ ଭିଡିଓରେ ଦେଖାଯାଉଛନ୍ତି। ଯାହା ଏବେ ପାକିସ୍ତାନ ଗଣମାଧ୍ୟମରେ ଶିରୋନାମା ପାଲିଟିଛି।

wp:core-embed/twitter {"url":"https://twitter.com/adeelraja/status/1186764871620268032","type":"rich","providerNameSlug":"twitter","className":""}
https://twitter.com/adeelraja/status/1186764871620268032
/wp:core-embed/twitter

ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟରେ ଟିକଟକ୍ ଷ୍ଟାର ହରୀମ ଶାହ ପହଞ୍ଚିଥିଲେ। ତେବେ ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ଆସନରେ ବସିଥିବାର ତାଙ୍କ ଭିଡିଓ ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଭିଡିଓରେ ହରୀମ କହିଛନ୍ତି ଅନୁମତି ନେବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ଆସନରେ ବସିଥିଲେ। ଯୁବତୀ ପ୍ରଧାନମନ୍ତ୍ରୀଙ୍କ ଆସନରେ ବସିବା ନିୟମ ବିରୋଧ ବୋଲି ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେଉଛି।

wp:core-embed/twitter {"url":"https://twitter.com/iamHareemshah/status/1186941076751486977","type":"rich","providerNameSlug":"twitter","className":""}
https://twitter.com/iamHareemshah/status/1186941076751486977
/wp:core-embed/twitter

ଅନ୍ୟପଟେ ହରୀମ କହିଛନ୍ତି ଯେ ଯଦି ଏହା ନିୟମ ବିରୋଧ ତେବେ ସେମାନେ ତାଙ୍କୁ ଅନୁମତି କିପରି ଦେଲେ? ସେ କହିଛନ୍ତି ଯେ ନ୍ୟାସନାଲ ଆସେମ୍ବ୍ଲିକୁ ବି ଯିବା ଲାଗି ତାଙ୍କୁ ଅନୁମତି ମିଳିଛି। ଏଥି ନିମନ୍ତେ ସୁରକ୍ଷା କର୍ମୀ ତାଙ୍କୁ ବିରୋଧ କରି ନଥିଲେ। ପ୍ରଥମ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ପୁଣି ବୈଦେଶିକ ମନ୍ତ୍ରାଳୟ ପହଞ୍ଚି ଟିକଟକ୍‌ ଭିଡିଓ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.