ଛତ୍ରପୁର ୭।୬: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ସମୟରେ ପୋଷ୍ଟର ମରାକୁ କେନ୍ଦ୍ରକରି ଦିଲ୍ଲୀପ ପାହାନ ହତ୍ୟା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ । ପୂର୍ବରୁ ୧୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ହତ୍ୟା ଘଟଣାରେ ଏଯାବତ ମୋଟ୍ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଶୁକ୍ରବାର ଗିରଫ ୨ ଜଣ ହେଲେ ଆଶିଷ ସାମଲ, ଗୋପୀ ଗୌଡ଼ । ଏମାନଙ୍କୁ ପୋଲିସ ଗୁଜୁରାଟର ରାଜକୋଟରୁ ଗିରଫ ହୋଇଛନ୍ତି । ଗୋଟିଏ ଖଣ୍ଡା ଜବତ ହୋଇଛି ।
ମେ’ ୧୫ ତାରିଖରେ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ରକରି ଦିଲ୍ଲୀପ ପାହାନଙ୍କୁ ହତ୍ୟା କରାଯାଇଥିଲା । ଘଟଣାର ତଦନ୍ତ ଜାରି ରହିଛି । ଯେଉଁ ମାନଙ୍କର ପ୍ରତ୍ୟେକ୍ଷ ହେଉ ଅବା ପରୋକ୍ଷରେ ହେଉ ଏହି ହତ୍ୟା ଘଟଣାରେ ସମ୍ପୃକ୍ତି ଥିବାର ଜଣାପଡିବ ସେମାନଙ୍କୁ ଗିରଫ କରାଯିବା ।
You Can Read :
ଲୋକଙ୍କ ସହ ସବୁବେଳେ ରହିବାକୁ ପରାମର୍ଶ ଦେଲେ ଦଳ ମୁଖିଆ : ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ