ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସେଓ ଭର୍ତ୍ତି ଟ୍ରକକୁ ପୁଣି ଥରେ ଟାର୍ଗେଟ କଲେ ଆତଙ୍କବାଦୀ : ୨ଟ୍ରକ୍ ଚାଳକଙ୍କ ହତ୍ୟା,ଜଣେ ଗୁରୁତର

25/10/2019 at 1:17 PM

ଶ୍ରୀନଗର ୨୫/୧୦: ଦକ୍ଷିଣ କାଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଜିଲ୍ଲାର ଚିତ୍ରଗାମ ଜୈନାପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଗତକାଲି ରାତିରେ ୩ଟି ଟ୍ରକକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ଏହି ଗୁଳିମାଡ଼ରେ ଅଣ କାଶ୍ମିରୀ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଜଣେ ଚାଳକ ଗୁରୁତର ଆହତ ହୋଇଛନ୍ତି। ଏହି ଟ୍ରକ୍ ଗୁଡ଼ିକ ପୋଡ଼ିଯାଇଛି। ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି।

ଡିଜିପିଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ହରିୟାଣା,ରାଜସ୍ଥାନ ଏବଂ ପଞ୍ଜାବ ଗାଡ଼ିଗୁଡ଼ିକୁ ଚିତ୍ରଗାମରେ ଅଟକାଇ ଦେଇଥିଲେ। ଏହା ପରେ ଗୁଳି ବର୍ଷଣ କରିଥିଲେ। ଏଥିରେ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିରୁ ଜଣେ ଚାଳକଙ୍କ ପରିଚୟ ରାଜସ୍ଥାନର ଅଲଓ୍ବର ବାସିନ୍ଦା ମହମ୍ମଦ ଇଲିୟାସ ବୋଲି ଜଣାପଡ଼ିଛି।

ଅନ୍ୟ ଜଣେ ମୃତ ଚାଳକଙ୍କ ପରିଚୟ ଜଣାପଡ଼ିନାହିଁ। ଆହତ ଚାଳକ ପଞ୍ଜାବର ହୋଶିୟାରପୁରର ଜୀବନ ବୋଲି ଜଣାପଡ଼ିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ ଅକ୍ଟୋବର ୧୪ତାରିଖରେ ଆତଙ୍କବାଦୀମାନେ ଶୋପିୟାଁରେ ସେଓ ଭର୍ତ୍ତି ରାଜସ୍ଥାନର ଟ୍ରକ୍ ଚାଳକ ଶରୀଫ ଖାନଙ୍କୁ ହତ୍ୟା କରିଥିଲେ।

ଏହା ସହିତ ବଗିଚାର ମାଲିକଙ୍କୁ ପିଟିଥିଲେ। ଅକ୍ଟୋବର ୧୬ତାରିଖରେ ଶୋପିୟାଁରେ ପଞ୍ଜାବର ଦୁଇ ଜଣ ସେଓ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଚରଣଜିତ ସିଂହଙ୍କର ମୃତ୍ୟୁ ହୋଇଯାଇଥିଲା,ଅନ୍ୟ ଜଣେ ବ୍ୟବସାୟୀ ସଞ୍ଜିବ ଆହତ ହୋଇଥିଲେ।

   Related Posts