ଏମିତି ବି ଆସେ ମୃତ୍ୟୁ; ଟ୍ରେନ୍ ଚକାରେ କଟିଗଲେ ୬ ଜଣ, ଜଣେ ଗୁରୁତର
7/06/2023 at 5:42 PM

ଯାଜପୁର: ମେଣ୍ଟୁନି କି ଲୌହ ଦାନବର ରକ୍ତ ପିପାଷା ? ବାହାନଗା ଟ୍ରାଜେଡି ପରେ ଯାଜପୁର ରୋଡରରେ ଆଉ ଏକ ଲୋମଟାଙ୍କୁରା ଅଘଟଣ । ଟ୍ରେନ ୱାଗନ ତଳେ ଆଶ୍ରୟ ନେଇଥିବା ୬ ଜଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି । ଆଉ ଜଣେ ଶ୍ରମିକ ଗୁରୁତର ଆହତ ଅଛନ୍ତି । ବୁଧବାର ଅପରାହ୍ଣରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ ।
ବାଲେଶ୍ୱର ଟ୍ରେନ ଦୁର୍ଘଟଣା ଦୁଃଖ ଲୋକଙ୍କ ମନରୁ ଏବେ ବି ଲିଭି ନଥିବା ବେଳେ ଯାଜପୁର ରୋଡ ଷ୍ଟେସନରୁ ପୁଣି ଏକ ଟ୍ରେନ ଜନିକ ଦୁର୍ଘଟଣା ଖବର ସାମନାକୁ ଆସୁଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ବହୁ ଦିନ ଧରି ସେଠାରେ ଥିବା ୱାଗନ ତଳେ କିଛି ଶ୍ରମିକ ଶୋଇ ରହିଥିଲେ ତେବେ ଏହି ସମୟରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ୱାଗନଟି ଆପେ ଆପେ ଗଡ଼ି ଯାଇଥିଲା । ଲୋକେ ଦେଖୁ ଦେଖୁ ଭୟଙ୍କର ଅଘଟଣ ଘଟିଯାଇଥିଲା । ସମସ୍ତେ ଶ୍ରମିକ ଥିବା କୁହାଯାଉଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଯାଜପୁରରେ ଟ୍ରେନ ଦୁର୍ଘଟଣା ପାଇଁ ଭଦ୍ରକ ଷ୍ଟେସନରେ ୫ ଥର ସାଇରନ ବଜାଇଛି ଟ୍ରେନ। ଯାଜପୁର ଅଭିମୁଖେ ଭଦ୍ରକ ଷ୍ଟେସନରୁ ବାହାରିଛି ରିଲିଫ ଟ୍ରେନ।
ପଢନ୍ତୁ: ଯାଉ ଯାଉ ବଞ୍ଚିଗଲା ଜୀବନ, ସୁସ୍ଥ ହୋଇ ସ୍ୱାଧୀନ ବଖାଣିଲେ ଛାତିଥରା କାହାଣୀ
ଜୁନ ୨ରେ ବାଲେଶ୍ୱରର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଚିତ୍ର ଏବେ ବି ଲୋକଙ୍କ ଆଖି ଆଗରେ ଜୀବନ୍ତ ରହିଛି । ଭୁଲି ହେଉନି ସେହି ଦୃଶ୍ୟକୁ । ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତ ରେଳ ଇତିହାସରେ ଘଟିଥିବା ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହା ଥିଲା ଗୋଟିଏ ।
Also Read: ବାହାନଗା ଟ୍ରେନ୍ ଟ୍ରାଜେଡି, ୨ୟ ଦିନରେ ସିବିଆଇର ଛାନ୍ଭିନ୍