ଆମେରିକା ଉପରେ ପୁଣି ଆଉ ଏକ ବିପଦ, ଏହି ସମସ୍ୟାରୁ ପ୍ରାଣ ହରାଇ ପାରନ୍ତି ୭୫୦୦୦ ଆମେରିକୀୟ

Published By : Prameya-News7 Bureau | May 08, 2020 IST

ନ୍ୟୁୟର୍କ ୦୮।୦୫: କରୋନା ଭାଇରସ୍‌ ପ୍ରକୋପ ପ୍ରଥମରୁ ହିଁ ଆମେରିକାର ଅବସ୍ଥା ଶୋଚନୀୟ କରି ସାରିଛି। ଏବେ ଆଉ ଏକ ଅଧ୍ୟୟନରୁ ଯାହା ସୂଚନା ମିଳିଛି ତାହା ଜାଣିଲେ ଏହା ଅନେକ ଲୋକଙ୍କୁ ଚକିତ କରିପାରେ। ଏହି ଅଧ୍ୟୟନରେ ଦାବି କରାଯାଇଛି ଯେ, କରୋନା ଭାଇରସ୍‌ କାରଣରୁ ଉତ୍ପନ ନିରାଶରେ ୭୫୦୦୦ ଆମେରିକୀୟଙ୍କ ମୃତ୍ୟୁ ଘଟିପାରେ।

ନ୍ୟାସନାଲ ପବ୍ଲିକ ହେଲ୍‌ଥ ଗ୍ରୁପ ଓ୍ଵେଲ୍‌ ବିଙ୍ଗ ଟ୍ରଷ୍ଟ ଦ୍ଵାରା କରାଯାଇଥିବା ଏକ ବିଶ୍ଳେଷଣ ଅନୁଯାୟୀ, ବଢୁଥିବା ବେରୋଜଗାରୀ ସଙ୍କଟ, ଆର୍ଥିକ ମନ୍ଦି, ଆଇସୋଲେସନ ଓ ମହାମାରୀ କେବେ ସମାପ୍ତ ହେବ ତାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା କାରଣରୁ ଲୋକଙ୍କ ମଧ୍ୟରେ ତିକ୍ତତା ଓ ନିରାଶଭାବ ସୃଷ୍ଟି ହୋଇଛି। ଲୋକେ ମାନସିକ ଚାପରେ ସମୟ ବିତାଇବା ଆରମ୍ଭ କଲେଣି। ଏହି ନିରାଶା ହିଁ ମୃତ୍ୟୁ ସଂଖ୍ୟା ବୃଦ୍ଧି କରିପାରେ।

ଏମିତି ସ୍ଥିତିରେ ଲୋକଙ୍କୁ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ମାନସିକ ସ୍ଵାସ୍ଥ୍ୟ ଉପଚାର ଓ ସାମୁଦାୟିକ ସହାୟତା ଦେବା ଜରୁରୀ ଅଟେ। ଏଥିରେ ସଙ୍ଘୀୟ, ରାଜ୍ୟ ଓ ସ୍ଥାନୀୟ ସମ୍ବଳ ସାମିଲ କରାଯାଉ। ଓ୍ଵେଲ୍ ବିଙ୍ଗ ଟ୍ରଷ୍ଟ ସ୍ଥାନୀୟ, ରାଜ୍ୟ ଓ ସଙ୍ଘୀୟ ଅଧିକରୀ ଓ ଏଜେନ୍ସିଙ୍କୁ ଏହି ଦିଗ ପ୍ରତି ଦୃଷ୍ଟି ଦେବାକୁ ଆହ୍ଵାନା କରିଛନ୍ତି। ଏହା ଫଳରେ ଲକ୍‌ଡାଉନ୍‌ରେ ଯେଉଁ ଲୋକ ଚାକିରି  ହରାଇଛନ୍ତି, ସେମାନଙ୍କୁ ପୁଣି ଥରେ ରୋଜଗାର ମିଳୁ। ଏହା ପୂର୍ବରୁ ୨୦୦୮ରେ ମନ୍ଦି ସମୟରେ ବେରୋଜଗାରୀ ସହିତ ଆତ୍ମହତ୍ୟା ଓ ଡ୍ରଗ୍ ଅଭରଡୋଜ୍‌ରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.