ଜାଡେଜାଙ୍କ ପରେ ଆଉ ଜଣେ ଖେଳାଳି ଆହତ, ଟି-୨୦ ବିଶ୍ଵ କପ୍ ପୂର୍ବରୁ ବଢିଲା ଭାରତର ଚିନ୍ତା

Published By : Prameya-News7 Bureau | September 25, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ  ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା ଖେଳାଯାଉଛି।  ସିରିଜ୍ ୧-୧ରେ ବରାବର ରହିଛି। ସିରିଜ୍ ଜିତି ଇତିହାସ ରଚିବାକୁ ଭାରତ ଲକ୍ଷ୍ୟ ରଖିଛି। ହେଲେ ଏହା ମଧ୍ୟରେ ଭାରତୀୟ ଦଳକୁ ଲାଗିଛି ବଡ ଝଟକା। ଭାରତୀୟ ଦଳର ଅଲରାଉଣ୍ଡର ଦୀପକ ହୁଡ୍ଡାଙ୍କ ପିଠିରେ ଆଘାତ ଲାଗିଛି।

ବିସିସିଆଇ ଅନୁଯାୟୀ, ଦୀପକ ହୁଡ୍ଡା ରବିବାର ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଚୟନ ପାଇଁ ଦଳରେ ଉପଲବ୍ଧ ନଥିଲେ। ଏହି କାରଣରୁ ସେ ଚୂଡାନ୍ତ ଏକାଦଶରେ ସାମିଲ୍ ହୋଇ ପାରି ନାହାନ୍ତି। ଡାକ୍ତରୀ ଦଳ ଦୀପକଙ୍କ ଉପରେ ନଜର ରଖିଛନ୍ତି। ଚିନ୍ତାର ବିଷୟ ଦୀପକ ହୁଡ୍ଡା ଟି-୨୦ ବିଶ୍ଵ କପ୍ ଦଳର ସଦସ୍ୟ। ଯଦି ତାଙ୍କର ଆଘାତ ଗମ୍ଭୀର ଥାଏ ତେବେ ଭାରତୀୟ ଦଳ ପାଇଁ ବହୁତ ବଡ ଝଟକା ହୋଇପାରେ। ହୁଡ୍ଡା ଗତ କିଛି ସମୟରେ ଟି-୨୦ରେ ଦମଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟିଂ ସହିତ ସେ ଦଳ ଲାଗି ଉପଯୋଗୀ ବୋଲିଂ କରିଥାନ୍ତି।

{"id":688443,"sizeSlug":"full","linkDestination":"none"}

ଟି-୨୦ ବିଶ୍ଵ କପ୍ ଆରମ୍ଭକୁ ଏକ ମାସରୁ କମ୍ ସମୟ ରହିଛି। ହେଲେ ଭାରତୀୟ ଦଳ ଆହତ ସମସ୍ୟା ଦେଇ ଗତି କରୁଛି। ପ୍ରଥମେ ଆଣ୍ଠୁରେ ଆଘାତ କାରଣରୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଘରୋଇ ସିରିଜ୍ ସହ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ପୁଣି ମହମ୍ମଦ ଶାମି କରୋନା ସଂକ୍ରମିତ କାରଣରୁ ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ୍ ପଡିଥିଲେ। ଶାମିଙ୍କୁ ଟି-୨୦ ବିଶ୍ଵ କପ୍‌ ପାଇଁ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ୍ କରାଯାଇଛି।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ।

ଷ୍ଟାଣ୍ଡବାଇ ଖେଳାଳି- ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ନୋଇ, ଦୀପକ ଚହର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.