scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଅକୁ ହରାଇ ଗୁମୁରି କାନ୍ଦୁଛି ବରଗଡ଼ର ବାଘପାଲି ଗାଁ, ଜନ୍ମମାଟିରେ ପହଞ୍ଚିବ ପାର୍ଥିବ ଶରୀର

14/08/2023 at 9:24 AM

ବରଗଡ଼ ୧୪।୦୮:  ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି । ସହିଦ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀରକୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ରାଜନେତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସେପଟେ ଶୋକରେ ବୁଡ଼ିଛି ବରଗଡର ବାଘପାଲି ଗାଁ, ସହିଦଙ୍କୁ ଝୁରୁଛନ୍ତି ଗ୍ରାମବାସୀ। ନୀଳାଚଳଙ୍କ ଶେଷ ଦର୍ଶନ ଅପେକ୍ଷାରେ ପୁରା ଗାଁ। ଯେଉଁ ଗାଁ ଦାଣ୍ଡରେ ଖେଳି ବୁଲି ବଡ଼ ହୋଇଥିଲେ ନୀଳାଚଳ ପଟେଲ, ସେଇ ଗାଁରେ ଆଜି ପହଁଞ୍ଚିବ ତାଙ୍କ ପାର୍ଥିବ ଶରୀର। ଗାଁ ପରିକ୍ରମା କରିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଆସାମ ରାଇଫଲ୍ସରେ କାର୍ଯ୍ୟରତ ନୀଳାଚଳ ମଣିପୁରରେ ଡ୍ୟୁଟିରେ ଥିବା ବେଳେ ସଡ଼କ ଦୁର୍ଘଟଣାରେ ସହିଦ ହୋଇଛନ୍ତି। ଶନିବାର ନୀଳାଚଳ ସହିଦ ହେବା ନେଇ ଖବର ପାଇବା ପରେ ପୁରା ପରିବାର ଶୋକରେ ବୁଡ଼ିଛି। ୨୦୦୦ ମସିହାରୁ ମାଟି ମାଆର ସେବା ପାଇଁ ସେନାରେ ଯୋଗ ଦେଇଥିଲେ ନୀଳାଚଳ। ପ୍ରାୟ ୨୩ ବର୍ଷ ଦେଶ ସେବା କରିବାର ସୁଯୋଗ ପାଇଥିଲେ। ଦେଶ ମାତୃକାର ସେବା କରୁକରୁ ସର୍ବୋଚ୍ଚ ବଳିଦାନ ଦେଇ ଅମର ହୋଇଯାଇଛନ୍ତି ନୀଳାଚଳ ପଟେଲ ।

   Related Posts