ଆଉ ଜଣେ ଓଡ଼ିଆ ଯବାନ ଶହୀଦ, ଆସାମ ରାଇଫଲ୍ସରେ ଥିଲେ କାର୍ଯ୍ୟରତ

Published By : Prameya-News7 Bureau | August 12, 2023 IST

ବରଗଡ଼: ଆନନ୍ଦପୁରର ସହିଦ ଯବାନ ସୁଶାନ୍ତଙ୍କ ଚିତା ଲିଭି ନ ଥିବା ବେଳେ ଆଉ ଜଣେ ଓଡ଼ିଆ ପୁଅ ଶହୀଦ ହେବାର ଦୁଃଖର ଖବର ପହଞ୍ଚିଛି। ଆସାମ ରାଇଫଲ୍ସରେ କାର୍ଯ୍ୟରତ ବୀର ଯବାନ ନୀଳାଚଳ ପଟେଲ ଶହୀଦ । ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

wp:heading {"level":4}

ଅଧିକ ପଢନ୍ତୁ- ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ, CRPF ପକ୍ଷରୁ ଦିଆଗଲା ତୋପ ସଲାମୀ

/wp:heading

ବରଗଡ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ଗ୍ରାମପଂଚାୟତ ସ୍ଥିତ ବାଘପାଲି ଗ୍ରାମର ବୀର ଯବାନ ନୀଳାଚଳ ପଟେଲ(୪୫) ମଣିପୁରରେ ଆସାମ ରାଇଫଲରେ ୨୦୦୦ ମସିହାରୁ କାର୍ଯ୍ୟରତ ଥିଲେ। ଗତକାଲି ନାଇଟ ପଟ୍ରୋଲିଂ ସମୟରେ ଘଟିଥିଲା ସଡ଼କ ଦୁର୍ଘଟଣା । ତାଙ୍କ ଶହୀଦ ହେବା ଖବର ଜଣାପଡ଼ିଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କାରଣ ଶହୀଦ ନୀଳାଚଳ ଛୁଟିରେ ଯେବେ ନିଜର ଗ୍ରାମକୁ ଆସନ୍ତି ସେ ସବୁବେଳେ ଦେଶ ମାତୃଭୂମି ପାଇଁ କାମ କରିବା କହୁଥିବା ସହ ସମସ୍ତଙ୍କ ପ୍ରିୟ ଥିଲେ। ତାଙ୍କ ପରିବାର ତାଙ୍କ ମାଆ ଗୁରୁବାରୀ ପଟେଲଙ୍କ ସମେତ ସ୍ତ୍ରୀ ରାଜେଶ୍ୱରୀ ପଟେଲ, ଦୁଇ ଝିଅ ରାନୀ ପଟେଲ(୧୨), ରାନୁ ପଟେଲ(୭) ବଡ଼ଭାଇ ନିଲମ୍ବର ପଟେଲ,ଭାଉଜ ମଞ୍ଜୁଳତା ପଟେଲ ଅଛନ୍ତି ।

{"id":830178,"sizeSlug":"full","linkDestination":"none"}

ବୀର ଯବାନ ଶହୀଦ ନୀଳାଚଳଙ୍କ ପାର୍ଥବ ଶରୀର ଆସନ୍ତା ସୋମବାର(୧୪/୦୮/୨୦୨୩) ଦିନ ନିଜ ଗ୍ରାମ ବାଘପାଲିକୁ ପହଞ୍ଚିବ ବୋଲି ତାଙ୍କ ବଡ଼ଭାଇ ନିଳାମ୍ବର ସୂଚନା ଦେଇଛନ୍ତି । ନୀଳାଚଳ ବାପା ସ୍ବର୍ଗତ ଆଦି ପଟେଲ ଓ ମା ଗୁରୁବାରୀ ପଟେଲଙ୍କ ଦ୍ବିତୀୟ ପୁତ୍ର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.