ହୀରାକୁଦ ଡ୍ୟାମ୍‌ ଝାଙ୍କରାଣୀରେ ନିଖୋଜ ଆଉ ଜଣଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ଭାସିଯାଇଥିଲେ ଦୁଇ ଜଣ

Published By : Prameya-News7 Bureau | August 08, 2022 IST

ସମ୍ବଲପୁର ୮।୮: ହୀରାକୁଦ ଡ୍ୟାମ୍ ଝାଙ୍କରାଣୀ ନିକଟରେ ଭାସିଯାଇଥିବା ଆଉ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମହେଶ ଚିତ୍ତୁରି ନାମକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ସୋମବାର ସକାଳୁ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ପ୍ରଥମେ ସକାଳୁ ଅଗ୍ନିଶମ ବାହିନୀ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମହେଶ ଚିତ୍ତୁରିଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ରବିବାର ହୀରାକୁଦ ଡ୍ୟାମ୍‌କୁ ଗାଧୋଇବାକୁ ଆସି ଦୁଇ ଜଣ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଜଣେ ଅଳ୍ପକେ ବର୍ତ୍ତିଯାଇଥିଲେ । ସମସ୍ତେ ଏମସିଏଲର ମ୍ୟାନେଜର ର୍ୟାଙ୍କର ଅଧିକାରୀ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.