ଆସୁଛି ପୁଣି ଏକ ଲଘୁଚାପ; ଅଗଷ୍ଟ ୧୩ରୁ ୧୫ ସାରା ରାଜ୍ୟରେ ବର୍ଷା ସମ୍ଭାବନା

Published By : Prameya-News7 Bureau | August 11, 2022 IST

ଅଗଷ୍ଟ ୧୩ରୁ ୧୫ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଘଣ୍ଟା ପ୍ରତି ୪୫ ରୁ ୫୫ କି.ମି ବେଗରେ ହେବ ପବନ

ଅକସ୍ମାତ ବନ୍ୟା ସହିତ ଉପୁଜି ପାରେ ଜଳବନ୍ଦି ସମସ୍ୟା

ଭୁବନେଶ୍ୱର ୧୧/୦୮: ଓଡ଼ିଶା ପୁଣି ଏକ ଲଘୁଚାପ ସମ୍ଭାବନା । ଏନେଇ ସୂଚନା ଦେଲା ପାଣିପାଗ ବିଭାଗ। ଆସନ୍ତା ଅଗଷ୍ଟ ୧୩ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇପାରେ। ଅଗଷ୍ଟ ୧୩ ରୁ ୧୫ ଯାଏଁ ଝଡ଼-ପବନ ହେବ। ଘଣ୍ଟା ପ୍ରତି ୪୫ ରୁ ୫୫ କି.ମି. ସହିତ ସବୁଠାରୁ ଅଧିକ ୬୫ କି.ମି. ବେଗରେ ପବନ  ବୋହିବାର ମଧ୍ୟ ସମ୍ଭାବନା ରହିଛି।ଓଡିଶାର ଉପକୂଳବର୍ତ୍ତି ସମୁଦ୍ର ଅଶାନ୍ତ ରହିବା ନେଇ ପୂର୍ବାନୁମାନ କରାଯାଇଛି।

wp:html /wp:html

ଅଗଷ୍ଟ ୧୩ ଏବଂ ୧୫ ତାରିଖରେ ଲଘୁଚାପର ସବୁଠାରୁ ଅଧିକ ପ୍ରଭାବ ରହିବ। ସତର୍କତା ଦୃଷ୍ଟିରୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି। ରାଜ୍ୟ ସାରା ବର୍ଷା ହେବା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ନଦୀରେ ଅକସ୍ମାତ ବନ୍ୟା ସହିତ ତଳୁଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.