scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩୦ରେ ଆସୁଛି ଆଉ ଏକ ଲଘୁଚାପ, ୧ ରୁ ପ୍ରବଳ ବର୍ଷା !

27/07/2023 at 9:16 PM

ଭୁବନେଶ୍ଵର:  ୩୦ରୁ ରାଜ୍ୟରେ  ବିସ୍ତୃତି ବର୍ଷା ସମ୍ଭାବନା । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଥିବା ବେଳେ  ରାଜ୍ୟରେ ପ୍ରବଳ ବର୍ଷା   ସମ୍ଭାବନା ପାଣିପାଗ ବିଭାଗ କହିଛି । ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ୩୦ ରେ ଆସୁଛି ଆଉ ଏକ ଲଘୁଚାପ। ପ୍ରଭାବରେ ୧ ରୁ ପ୍ରବଳ ବର୍ଷା ।

ଅଧିକ ପଢନ୍ତୁ- ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ, ସମ୍ଭାବ୍ୟ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା । ସାରା ଜିଲ୍ଲାରେ ବିସ୍ତୃତି ବର୍ଷା ସମ୍ଭାବନା । ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଙ୍ଗ ଜାରୀ କରିଛି ପାଣିପାଗ ବିଭାଗ । ଏଭଳି ସ୍ଥିତି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରୀ ରହିବ । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଥିବା ବେଳେ  ରାଜ୍ୟରେ ପ୍ରବଳ ବର୍ଷା   ସମ୍ଭାବନା ପାଣିପାଗ ବିଭାଗ କହିଛି ।

ଅଧିକ ପଢନ୍ତୁ- ରାଜଧାନୀରେ ଆସନ୍ତା ୬ ଦିନ ପ୍ରବଳ ବର୍ଷା ନେଇ ଓ୍ୱାର୍ଣ୍ଣିଂ, ମୁମ୍ୱାଇରେ ରେଡ୍ ଆଲର୍ଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ସହ ୧୫.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା  ୧୨.୬ ମିମି ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି । ସର୍ବାଧିକ ବର୍ଷା କଳାହାଣ୍ଡି ଜିଲ୍ଲାର ଜଇପାଟଣା ଠାରେ ୧୦୬ ମିମି ରେକର୍ଡ କରାଯାଇଛି । ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ୩୦ ରେ ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ୧ ରୁ ପ୍ରବଳ ବର୍ଷା ହେବ । ଅନ୍ୟପଟେ ରାଜ୍ୟରେ ଗୋଟେ ପରେ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି ହେଲେ ଘୂର୍ଣ୍ଣିବଳୟର ତୀବ୍ରତା କମ ରହୁଥିବାରୁ ଭଲ ବର୍ଷା ହେଉ ନଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । 

ଚଳିତ ମୌସୁମୀ ଋତୁରେ, ୧ଜୁନ ରୁ  ଆଜି ୨୭ଜୁଲାଇ ମଧ୍ୟରେ ରାଜ୍ୟରେ ୪୪୦.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୫୦୧.୬ ମିମି ତୁଳନାରେ ୧୨ ପ୍ରତିଶତ କମ ରହିଛି | ଏହି ସମୟ ପରିଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୯୦.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱଭାବିକ ବର୍ଷା  ତୁଳନାରେ ୪୭% ଅଧିକ ରହିଛି |

   Related Posts