previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ମାଲକାନଗିରି ଜିଲ୍ଲାରେ ବନ୍ୟା ଆଶଂକା, ଏପଟେ ଜୁଲାଇ ୩୧ ପୂର୍ବରୁ ପୁଣି ଏକ ଲଗୁଚାପ ସମ୍ଭାବନା

28/07/2019 at 5:21 PM

ଭୁବନେଶ୍ବର ୨୮|୭: ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲଗାଣ  ବର୍ଷା । ଗୋଟିଏ ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ଜୁଲାଇ ୩୧ ପୂର୍ବରୁ ଆଉ ଏକ ଲଗୁଚାପ ସୃଷ୍ଟି ହେବ ।ଫଳରେ ଆସନ୍ତା ସପ୍ତାହେ ଯାଏଁ ରାଜ୍ୟର ଅନେକ ଅଞ୍ଚଳରେ ଲଗାଣ ବର୍ଷା ହୋଇପାରେ । ଏପରିକି ୨୯ ଓ ୩୦ ତାରିଖ ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି । ମାଲକାନଗିରି ଓ କାଲିମେଳାକୁ ସଂଯୋଗ କରୁଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ଚାଲିଛି ୩ ଫୁଟ୍ ଉଚ୍ଚରେ ପାଣି । କାଲିମେଳା ଓ ମୋଟୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ । ରାସ୍ତାର ଦୁଇ ପରେ ଅଟକି ରହିଛି ବହୁ ସଂଖ୍ୟାରେ ଗାଡ଼ି । ସାବେରୀ ଓ ସିଲେରୁ ନଦୀରେ ଜଳପତ୍ତନ ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ପୁଣିଥରେ ବନ୍ୟା ଆଶଙ୍କା ଦେଖାଦେଇଛି । ସ୍ଥିତିକୁ ଦେଖି ପ୍ରଶାସନ ତତ୍ପର ହେବା ସହିତ ଜିଲ୍ଲାର ୭ଟି ଯାକ ବ୍ଲକ୍‌ର ବିଡିଓଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ମୌସୁମୀ ଜନିତ ବର୍ଷାର ପରିମାଣ କମ୍‌ ଥିଲେ ମଧ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି କଟକ, ପୁରୀ, ଜଗତସିଂହପୁର, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୪୮ ଘଣ୍ଟା ପରେ ମୟୁରଭଞ୍ଜ, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୪୮ ପ୍ରତିଶତ କମ୍ ବର୍ଷା ହୋଇଛି ।ହିରାକୁଦ ଜଳଭଣ୍ଡାରରେ ଜଳସ୍ତର ୫୯୮. ୪୧ ଫୁଟ୍‌ ରହିଛି । ଛତିଶଗଡ଼ ସରକାର କଲମା ଓ କାଲୋ ବ୍ୟାରେଜର ସବୁ ଗେଟ୍‌ ବନ୍ଦ କରିଦେଇଥିବାରୁ ଜଳପ୍ରବାହ କମିଯାଇଛି । ଏପରି ସ୍ଥିତି ଲାଗିରହିଲେ ଆଗାମୀ ଦିନରେ ଜଳବିଦ୍ୟୁତ କେନ୍ଦ୍ରର ୭ଟି ଟରବାଇନ୍‌ ବନ୍ଦ କରାଯିବ ।

   Related Posts