ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ସେପଟେ ୨୪ ଘଣ୍ଟା ଭିତରେ ଉତ୍ତର ଓଡିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ୍ ଓ ୟେଲୋ ଓ୍ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | August 15, 2020 IST

ଭୁବନେଶ୍ୱର, ୧୫|୦୮:  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଗାମୀ ୨୪ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଏଥି ସହ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟର ବିଭିନ୍ନ ଅଂଚଳ । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଦେଓଗଡ଼, ତେଲକୋଇଠୁ ଆରମ୍ଭ କରି ଭଦ୍ରକ ଢ଼େଙ୍କାନାଳ ପର୍ଯ୍ୟନ୍ତ ସବୁଠି ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଗାମୀ ୨୪ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଏଥି ସହ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

{"id":315068,"width":658,"height":412,"sizeSlug":"large"}

ଲଘୁଚାପ ଜନିତ ଭୀଷଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିନଥିବା ବେଳେ କାଙ୍କୁରୁକୋଣ୍ଡା ପୋଲ ଉପରୁ ଭାସି ଯାଇଛି ଏକ ମାଲବାହୀ ଟ୍ରକ୍‌ । ଗାଡ଼ିର ଡ୍ରାଇଭର ଓ ହଲପର ପହଁରି ପହଁରି ନିକଟରେ ଥିବା ଏକ ମନ୍ଦିର ବାରଣ୍ଡାରେ ପହଞ୍ଚି ଜୀବନ ବଞ୍ଚାଇଥିଲେ । କାଙ୍କୁରୁକୋଣ୍ଡା ସହ ପୋଟେରୁ, କୋରୁକୋଣ୍ଡା, ତାର୍ଲାକୋଟ୍‌ କନ୍ୟାଶ୍ରମ ଓ ଏମଭି ୯୬ ପୋଲ ଉପରେ ୩ରୁ ୪ଫୁଟ୍‌ ଉଚ୍ଚର ପାଣି ଚାଲିଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ମାଲକାନଗିରି ଓ ବାଲିମେଳା ମଧ୍ୟରେ ଗମନାଗମନ ବାଧପ୍ରାପ୍ତ ହୋଇଛି । ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବାକୁ ଯାଇଥିବା ଅନେକ ଶିକ୍ଷକ ପୋଟେରୁ ପୋଲ ନିକଟରେ ଫସି ରହିଥିଲେ । ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ବନ୍ୟା ଆଶ୍ରୟସ୍ଥଳୀରେ ପଲିଥିନ୍‌ ସହ ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରଖାଯାଇଛି । ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ପୋଲିସ ଓ ଓଡ୍ରାଫ୍‌ ଟିମ୍‌କୁ ଆଲର୍ଟ ରଖାଯାଇଛି ।  

ସେହିଭଳି ଗତକାଲି ଠାରୁ ଲଗାଣ ବର୍ଷା ବେବଗଡ଼ ଜିଲ୍ଲାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିବା ସହ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି ।ପ୍ରଧାନପାଟ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇଛି । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ।

ସେପଟେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବିଭିନ୍ନ ଅଂଚଳରେ ମଧ୍ୟ ସାମ୍ନାକୁ ଆସିଛି ବର୍ଷା ବିତ୍ପାତ ।  ତେଲକୋଇର ୧୦ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି । ଘୁରୁଡ଼ିଆ ନଦୀ ପୋଲ ଉପରେ ୩ଫୁଟର ପାଣି ଚାଲିଛି । ପରିସ୍ଥିତିକୁ ନଜରରେ ରଖି ଆନନ୍ଦପୁର ଉପଖଣ୍ଡ ରେମାଳ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇଛି । ଢ଼େଙ୍କାନାଳ ଜିଲ୍ଲାରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ କଚ୍ଚା ଘର ଭୁଶୁଡ଼ି ପଡ଼ିଥିବା ବେଳେ ଗଁଦିଆ ବ୍ଲକର ଷଡ଼ଙ୍ଗୀ ନୂଆ ସାହିରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ୧୫ଟି ପରିବାର ଜଳବନ୍ଦୀ ହୋଇ ରହିଛନ୍ତି । ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଦଧିସିଂହା ଗଁାରେ ପାଣ୍ଡରା ନାଳରେ ବ୍ରିଜ୍‌ କାମ ଚାଲିଥିବା ବେଳେ ହଠାତ୍‌ ପାଣି ମାଡ଼ି ଆସିବାରୁ ପାଣି ଭିତରେ ଫସିଯାଇଥିଲେ ୧୦ଜଣ ଶ୍ରମିକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ।

{"id":315066,"width":650,"height":399,"sizeSlug":"large"}

ସେପଟେ ଭଦ୍ରକ ଜିଲ୍ଲାରେ ମଧ୍ୟ ଲଗୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଧାମନଗର-କୋଠାର ରାସ୍ତାର ଜୟ ନଗରଠାରେ ଓ ଭଦ୍ରକ-ଧାମନଗର ରାସ୍ତା ଉପରେ ୫ଫୁଟ୍‌ ପାଣି ଚାଲିଛି । ଧାମନଗର ଏନଏସି ଅଂଚଳରେ ମୁନସୀ ପାଟଣା, ବଣିଆ ସାହି, ଚାର ହବେଲି, ହବିବ ନଗର, କାଳିସାହିରେ ବର୍ଷା ଜଳ ଲୋକଙ୍କ ଘରେ ପାଣି ପଶିଛି । ତେବେ ଆସନ୍ତାକାଲି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.