ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ୭ ଉପକୂଳ ଜିଲ୍ଲାକୁ ସତର୍କ କରାଇଲେ ସରକାର

Published By : Prameya-News7 Bureau | November 29, 2023 IST

ଭୁବନେଶ୍ୱର ୨୯।୧୧ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଏହାର ସାମ୍ଭାବ୍ୟ ଗତିପଥ ଓ ସମୟ ନେଇ ନିର୍ଦ୍ଦିଷ୍ଟ ଆକଳନ କରାଯାଇନି । କେତେକ ପାଣିପାଗ ମଡେଲର ପ୍ରାକ୍ ଆକଳନ ଅନୁସାରେ ସାମ୍ଭବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡିଶା ଉପକୂଳରେ ମାଡ ହୋଇପାରେ । ଆଉ କେତେକ ମଡେଲର ଗତିପଥ ପୂରା ଭିନ୍ନ । ଏମିତିିକି ବାଂଲଦେଶ ମୁହାଁଇବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

wp:html /wp:html

ତେବେ ସାମ୍ଭବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ୭ ଟି ଉପକୂଳ ଜିଲ୍ଲାକୁ ସର୍ତକ କରାଯାଇଛି । ସଜାଗ ରହିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର , କେନ୍ଦ୍ରାପଡା , ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପ୍ରଶାସନକୁ SRC ଚିଠି ଲେଖିଛନ୍ତି । ୧ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ୧ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି ।

wp:embed {"url":"https://www.prameyanews7.com/cyclone-storm-in-bay-of-bengal-in-december/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cyclone-storm-in-bay-of-bengal-in-december/
/wp:embed

ଏପଟେ ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଙ୍କ ଚିନ୍ତା ବଢିଛି । ଅମଳ ସମୟରେ ବର୍ଷା କି ପବନ ହେଲେ ପୁରା କ୍ଷେତ ଉଜୁଡି ଯିବାର ଭୟ ରହିଛି। ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ଦକ୍ଷିଣ ଆଣ୍ଡମାନ ସାଗର ଉପରେ ଲଘୁଚାପ ରହିଛି । ଏହା ପଶ୍ଚିମ - ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୩୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି। ପରେ ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ଓ ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ।

wp:embed {"url":"https://www.prameyanews7.com/pakistan-may-be-not-hosting-the-icc-champions-trophy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistan-may-be-not-hosting-the-icc-champions-trophy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.