scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୪ରେ ପୁଣି ଲଘୁଚାପ, ୨୬ରୁ ପ୍ରବଳ ବର୍ଷା

22/07/2023 at 7:37 AM

low pressure

ଭୁବନେଶ୍ୱର ୨୨।୦୭ : ୨୪ରେ ପୁଣି ଲଘୁଚାପ, ୨୬ରୁ ନିର୍ଧୂମ ବର୍ଷା । ଆସନ୍ତା ୨୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୨୬ରୁ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଲଘୁଚାପ ଯୋଗୁ ଛତିଶଗଡରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏଥିପାଇଁ ମହାନଦୀ ସହ ଦକ୍ଷିଣ ଓଡିଶାର ବିଭିନ୍ନ ନଦୀରେ ପାଣି ଫୁଲିବାର ଆଶଙ୍କା ରହିଛି । ଆସନ୍ତା ୫ଦିନ ଧରି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ସବୁ ଜିଲ୍ଲାପାଳ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଲଘୁଚାପ ପ୍ରଭାବରେ ଏବେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ବିଭିନ୍ନ ଜଳାଶୟ ଓ ନଦୀରେ ପାଣିର ସ୍ରୋତ ଧୀରେ ଧୀରେ ବଢିବାରେ ଲାଗିଛି । ଏହିକ୍ରମରେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ପାଣିର ସ୍ତର ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖ ମାନେ ରବିବାର ଦିନ ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି ।

   Related Posts