ରାଜ୍ୟରେ ଆଉ ଜଣେ ସଂକ୍ରମିତଙ୍କ ମୃତ୍ୟୁ, କରୋନାରୁ ସୁସ୍ଥ ହେବା ପରେ କ୍ୟାନ୍ସରରେ ମୃତ୍ୟୁ ବରଣ କରିଛନ୍ତି

Published By : Prameya-News7 Bureau | April 21, 2020 IST

ଭୁବନେଶ୍ୱର ୨୧।୦୪: ରାଜ୍ୟରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ତେବେ ସେ କରୋନାରୁ ସୁସ୍ଥ ହୋଇଥିଲେ ଏବଂ ଅନ୍ୟାନ୍ୟ ରୋଗ ଯୋଗୁଁ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ କ୍ୟାନ୍ସରରେ ମୃତ୍ୟୁ ବରଣ କରିଥିବା ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁକାବିଲାର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ କରୋନାରୁ ସୁସ୍ଥ ହୋଇ ସାରି ଥିବା ହେତୁ ତାଙ୍କ ମୃତ୍ୟୁକୁ କରୋନାଜନିତ ମୃତ୍ୟୁ ଭାବେ ଗ୍ରହଣ କରାଯାଇ ନାହିଁ।

wp:core-embed/twitter {"url":"https://twitter.com/IPR_Odisha/status/1252546064428630016","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1252546064428630016
/wp:core-embed/twitter

ମୃତକ ଜଣଙ୍କ ପଶ୍ଚିମବଙ୍ଗର ମେଦିନପୁରରୁ ଆସିଥିଲେ । ସେ ରାଜ୍ୟର ୪୪ତମ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ କରୋନାରୁ ସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ପରେ ତାଙ୍କୁ କୋଭିଡ ହସ୍ପିଟଲାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ କରୋନାରୁ ସୁସ୍ଥ ହେବା ପରେ ସେ ଡିସଚାର୍ଜ ହୋଇଥିଲେ ମଧ୍ୟ ତାଙ୍କର ଏକାଧିକ ରୋଗ ହୋଇଥିବାରୁ ପୁଣି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । କ୍ୟାନ୍ସର ଜନିତ ମଲ୍ଟି ଅରଗାନ୍‌ ଫେଲିୟର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

wp:core-embed/twitter {"url":"https://twitter.com/IPR_Odisha/status/1252546067884765185","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1252546067884765185
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.