ପ୍ୟୋଙ୍ଗୟୋଙ୍ଗ: ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟଙ୍କୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଗତ ଏପ୍ରିଲ ୧୧ ତାରିଖ ପରଠାରୁ ରାଷ୍ଟ୍ରପତି କିମ୍ ଜୋଙ୍ଗ ୟୁନ୍ ନିରୁଦ୍ଧିଷ୍ଟ ଅଛନ୍ତି। ଆମେରିକୀୟ ଗଣମାଧ୍ୟମ ଅନୁସାରେ ତାଙ୍କର ଜଟିଳ ହୃଦ ଅସ୍ତ୍ରୋପଚାର ହୋଇଥିଲା। ଏଣୁ ସେ ଅସୁସ୍ଥ ଥିବାର ପ୍ରଚାର ହେଉଥିବା ବେଳେ ପଡୋଶୀ ସାଉଥ୍ କୋରିଆ ଏଭଳି ଖବରକୁ ଅଗ୍ରାହ୍ୟ କରିଦେଇଛି। ତେବେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚାଲିଥିବା ଅଙ୍କକଷାରେ ଏବେ ବିରାମ ଲାଗିଛି। କିମ୍ ଜୋଙ୍ଗ ୟୁନଙ୍କ ଉତ୍ତରାଧିକାରୀ ତାଙ୍କର ଭଉଣୀ ନୁହଁନ୍ତି ବୋଲି ଏବେ ସ୍ପଷ୍ଟ ହୋଇଯାଇଛି।
{"id":259769,"sizeSlug":"large"}ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟଙ୍କ ଯଦି କିଛି ହୁଏ ତେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଚୋ ରିୟୋଙ୍ଗ ହାଏ ବୋଲି ଜଣାପଡିଛି। ଚୋ ରିୟୋଙ୍ଗ ଦେଶର ବରିଷ୍ଠ କମ୍ୟୁନିଷ୍ଟ ପାର୍ଟି ନେତା ତଥା ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟି ମୁଖ୍ୟ । ସେ ଦେଶର ଫାୟରିଂ ସ୍କ୍ୱାର୍ଡ ମୁଖ୍ୟ ମଧ୍ୟ। ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟଙ୍କ ଜଣେ ଅନ୍ଧ ସମର୍ଥକ ଭାବେ ଚୋ ବେଶ୍ ଜଣାସୁଣା। ଏହା ଛଡା ଦେଶର ଚୀନ ଓ ଋଷିଆ ସମ୍ପର୍କ ସେତୁ ମଧ୍ୟ ଚୋ ।
{"id":259770,"width":580,"height":326,"sizeSlug":"large"}ଚୋ ରୋୟୋଙ୍ଗ ୨୦୧୮ ମସିହାରେ ଅର୍ଗାନାଇଜେସନ ଅଫ ଗାଇଡାନ୍ସ ଡିପାର୍ଟମେଣ୍ଟ (ଓଡିଜି)ରେ ସ୍ଥାନମିଳିଥିଲା। ଉତ୍ତରକୋରିଆ ଏଛତ୍ର ଶାସକ ଓ ତାଙ୍କ ପରିବାର ସଦସ୍ୟଙ୍କ ବିଭାଗ ହେଉଛି ଓଡିଜି। ଏହି ବିଭାଗ ଦେଶର ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ ଯାହାର ଅଧ୍ୟକ୍ଷ ନିଜେ କିମ ଜୋଙ୍ଗ ଉନ। ତେବେ ଉନ୍ ଏବେ ଛୁଟିରେ ଥିବାରୁ ବିଭାଗର ଦାୟିତ୍ୱ ଚୋ ରୋୟୋଙ୍ଗଙ୍କ ଉପରେ ନ୍ୟସ୍ତ ଥିବା ବେଳେ ସମସ୍ତ ନିଷ୍ପତ୍ତି ସେ ହିଁ ଗ୍ରହଣ କରୁଛନ୍ତି। ଉତ୍ତରକୋରିଆ ସେନାରେ ଚୋ ଭାଇସ୍ ମାର୍ସଲ ଅଛନ୍ତି ଓ ସେ ଗଠନ କରିଥିବା କୁଖ୍ୟାତ ଫାୟରିଂ ସ୍କ୍ୱାର୍ଡ ଲାଗି ମଧ୍ୟ ଦେଶରେ ବେଶ୍ ଜଣାସୁଣା। ତାଙ୍କ ସ୍କ୍ୱାର୍ଡ ରାଷ୍ଟ୍ରପତିଙ୍କ ଶତ୍ରୁଙ୍କୁ ବିମାନବିଧ୍ୱଂସୀ କମାଣ ମୁହଁରେ ବାନ୍ଧି ସର୍ବସାଧାରଣରେ ମୃତ୍ୟୁଦଣ୍ଡ ବିଧାନ କରେ। ଏଣୁ ଆମେରିକା ସମେତ ୟୁରୋପୀୟ ଦେଶମାନେ ଚୋ ରୋୟୋଂକୁ ମାନବିକତାର ଅପରାଧୀ ଘୋଷଣା କରିଛନ୍ତି।
{"id":259771,"width":576,"height":383,"sizeSlug":"large"}ବଡ ସେନା ଅଧିକାରୀ ବି ଡରନ୍ତି ଚୋ ରୋୟୋଙ୍ଗଙ୍କୁ
ଗତ ଦିନରେ ଉତ୍ତରକୋରିଆ ସେନାର ଶୀର୍ଷ ଅଧିକାରୀ ହ୍ୱାଙ୍ଗ ପ୍ୟୋଙ୍ଗ ସୋ ଏବଂ କିମ୍ ୱଙ୍ଗ ହୋଙ୍ଗଙ୍କୁ ଚୋ ରୋୟୋଙ୍ଗ କଡା ଦଣ୍ଡାଦେଶ କରିଥିଲେ। ତେବେ ଦୁଇ ସେନା ଅଧିକାରୀଙ୍କୁ କେଉଁ ଦଣ୍ଡ ଦିଆଯାଇଛି ଓ ସେମାନେ ଜୀବିତ ଅଛନ୍ତି କି ନା ସେ ନେଇ କାହାକୁ ସୂଚନା ମଧ୍ୟ ନାହିଁ। ଏଥିରୁ ଚୋ ରୋୟୋଙ୍କ ପ୍ରାଧାନ୍ୟ କେତେ ତାହା ସହଜରେ ଅନୁମାନ କରାଯାଇପାରେ। ଓଡିଜିରେ ଚୋ ସାମିଲ ହେବା ପରେ ଦୁର୍ନୀତି ଓ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଲୋକଙ୍କୁ ସାର୍ବଜନିକ ଦଣ୍ଡିତ ବି କରିଥିଲେ। ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ତାଙ୍କର ସମ୍ପର୍କ ବେଶ ଉତ୍ତମ ବୋଲି ସମସ୍ତଙ୍କୁ ଜଣା।