suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅର୍ଥ ବ୍ୟବସ୍ଥା ପାଇଁ ଆଉ ଏକ ଭଲ ଖବର, ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର

7/11/2020 at 6:03 PM

ନୂଆଦିଲ୍ଲୀ ୦୭/୧୧ : ଗତ କିଛି ଦିନ ହେବ ଦେଶର ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ଭଲ ଖବର ଆସିବାରେ ଲାଗିଛି । କରୋନା ମହାମାରୀ ଭିତରେ ଅର୍ଥନୀତି କିଛି ମାତ୍ରାରେ ସୁଧାର ଆସିବା ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଟନିକ ସଦୃଶ । ମ୍ୟାନୁଫ୍ୟାକ୍ଚରିଂ ଏବଂ ଇ-ଓ୍ବେ ବିଲ କ୍ଷେତ୍ରରେ ଆଶାନୁରୂପ ଅଭିବୃଦ୍ଧି ଦେଖାଦେଇଛି । ଏହାରି ଭିତରେ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଛିବା ଅର୍ଥ ବ୍ୟବସ୍ଥା ପାଇଁ ନିହାତି ଭାବେ ଶୁଭ ଖବର ।

କରୋନା ମହାମାରୀରେ ବିପର୍ଯ୍ୟସ୍ତ ହୋଇଯାଇଥିବା ଭାରତର ଅର୍ଥ ବ୍ୟବସ୍ଥା ମୁଣ୍ଡ ଟେକି ଛିଡା ହେବାପାଇଁ ସମୟ ଲାଗିବ ସତ କିନ୍ତୁ କିଛି କିଛି ସେକ୍ଟରରେ ବଜାର କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ବ୍ୟାପକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ୩୦ ଅକ୍ଟୋବର ଶେଷ ସପ୍ତାହରେ ୧୮.୩ ବିଲିୟନ ଡଲାର ବୃଦ୍ଧି ପାଇ ରେକର୍ଡ ସଂଖ୍ୟକ ୫୬୦.୭୧୫ ବିଲିୟନ ଡଲାରରେ ପହଞ୍ଚିଛି । ଅକ୍ଟୋବର ୨୩ ଶେଷ ସପ୍ତାହରେ ୫.୪୧ ବିଲିୟନ ବୃଦ୍ଧି ପାଇ ୫୬୦.୭୧୫ ବିଲିୟନରେ ପହଞ୍ଚିଥିଲା।

ଏହା ପୂର୍ବରୁ କରୋନା ପାଇଁ ଦେଶର ଅର୍ଥବ୍ୟବସ୍ଥା ବହୁତ ଖରାପ ହୋଇଯାଇଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଜିଡିପି ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ଆସୁଛି । ଜିଏସଟି ମଧ୍ୟ ଆଶାନୁରୂପ ଆଦାୟ ହୋଇଛି। ତେବେ ବିଦେଶୀ ମୁଦ୍ରା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଏଫସିଏ ବୃଦ୍ଧି । ଏଫସିଏର ବିଦେଶୀ ମୁଦ୍ରା ଭଣ୍ଡାରରେ ମହତ୍ତ୍ବପୂର୍ଣ୍ଣ ଭାଗିଦାରୀ ରହିଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ବର୍ତ୍ତମାନ ୮୧.୫ ମିଲିୟନ ଡଲାର ବୃଦ୍ଧି ପାଇ ୫୧୮.୩୪ ବିଲିୟନ ଡଲାରରେ ପହଞ୍ଚିଛି । ଏଫସିଏକୁ ଡଲାରରେ ଦର୍ଶାଯାଏ କିନ୍ତୁ ଏଥିରେ ୟୁରୋ, ପାଉଣ୍ଡ ଏବଂ ୟେନ୍ ଭଳି ଅନ୍ୟ ବିଦେଶୀ ମୁଦ୍ରା ମଧ୍ୟ ସାମିଲ ଥାଏ ।

ଏହାରି ମଧ୍ୟରେ ଦେଶର ସ୍ବର୍ଣ୍ଣ ଭଣ୍ଡାର ୬୦.୧ ମିଲିୟନ ଡଲାର ହ୍ରାସ ପାଇ ୩୬.୨୬ ବିଲିୟନ ଡଲାର ରହିଛି । ଦେଶରେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରେ ୬୦ ମିଲିୟନ ଡଲାର ହ୍ରାସ ପାଇ ୧.୪୮୨ ବିଲିୟନ ଡଲାରରେ ରହିଛି । ଆଇଏମଏଫ ପାଖରେ ଦେଶର ଜମା ମୁଦ୍ରା ଭଣ୍ଡାର ୨.୫ ମିଲିୟନ ଡଲାର ହ୍ରାସ ପାଇ ୪.୬୪ ବିଲିୟନ ଡଲାର ରହିଛି।

   Related Posts