ଶେଷ ଦିନରେ ଭାରତକୁ ପଦକ ବର୍ଷା, ବ୍ୟାଡମିଣ୍ଟନରେ ସୁନା ଜିତିଲେ ସୁନା ପୁଅ କୃଷ୍ଣା
5/09/2021 at 10:27 AM

ଜାପାନ ୦୫/୦୯: ଜାପାନ ଟୋକିଓ ଅଲିମ୍ପିକରେ ଭାରତକୁ ପଦକ ବର୍ଷା । ପୁଣିଥରେ ଦେଶପାଇଁ ଗୌରବ ଆଣିଛନ୍ତି ସୁନ ପୁଅ କୃଷ୍ଣା ନାଗର । ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଦେଇଛନ୍ତି କୃଷ୍ଣା । ବ୍ୟାଡମିଣ୍ଟନ କାଟାଗୋରୀରେ ସେ ହାସଲ କରିଛନ୍ତି ଏହି ସଫଳତା । ପୁରୁଷ ସିଙ୍ଗଲସ ଏସଏଚ-୬ ରେ ଫାଇନାଲରେ ସେ ହଙ୍ଗକଙ୍ଗର ଚୁ ନାମଙ୍କୁ ହରାଇଛନ୍ତି ।
Our talented para shuttler @Krishnanagar99 will take on #HKG Kai Man CHU in Men’s Singles SH6 Final in some time
— SAI Media (@Media_SAI) September 5, 2021
Let’s continue to encourage our hard working para athletes with #Cheer4India #Praise4Para #Paralympics #ParaBadminton pic.twitter.com/9UTqO8YbWg
ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନାଗର ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ SH6 ଫାଇନାଲରେ ହଂକଂର ଚୁ ମାନଙ୍କୁ ୨୧-୧୭, ୧୬-୨୧, ୨୧-୧୭ରେ ପରାସ୍ତ କରିଛନ୍ତି । ଫଳରେ ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଭାରତରେ ବର୍ତ୍ତମାନ ୫ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ମିଳିଛି । ପାରାଲିମ୍ପିକ୍ ଇତିହାସରେ ଏହା ହେଉଛି ଭାରତର ଶ୍ରେଷ୍ଠ ପଦକ …