ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନ୍ଦୋଳନ ବେଳେ ପ୍ରାଣ ହରାଇଲେ ଆଉ ଜଣେ କୃଷକ, ଦିଲ୍ଲୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଆଉ ୨ ଜଣଙ୍କ ଜୀବନ

15/12/2020 at 4:13 PM

ନୂଆଦିଲ୍ଲୀ ୧୫।୧୨: କୃଷି ଆଇନ ବିରୋଧରେ ଆନ୍ଦୋଳନ କାରଣରୁ ଏ ପର୍ଯ୍ୟନ୍ତ ଅନେକ କୃଷକଙ୍କୁ ନିଜର ଜୀବନ ହରାଇବାକୁ ପଡିଛି। ସିଂଘୁ ବର୍ଡରରେ ପ୍ରଦର୍ଶନ କରୁଥିବା ଜଣେ କୃଷକଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତ୍ରିରେ ପଟିଆଲା ଜିଲ୍ଲାର ସଫେଦ ଗାଁରେ ଏକ ସଡକ ଦୁର୍ଘଟଣାରେ ଦିଲ୍ଲୀରୁ ଧାରଣା ଦେଇ ଫେରୁଥିବା ଦୁଇ ଚାଷୀଙ୍କ ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣାରେ ଅନେକ କୃଷକ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଣହାନୀ ଘଟିଥିବା ଦୁଇ କୃଷକଙ୍କ ନାମ ଲାଭ ସିଂହ ଓ ଗୁରପ୍ରୀତ ସିଂହ। ଗୁରପ୍ରୀତଙ୍କ ବୟସ ୨୩ ବର୍ଷ। ସେ ଘରେ ଏକ ମାତ୍ର ରୋଜଗାରିଆ ଥିଲେ। କୃଷକମାନେ ଦିଲ୍ଲୀରୁ ଧାରଣା ଦେଇ ଟ୍ରାକ୍ଟରରେ ଘରକୁ ଫେରୁଥିଲେ। ସେହି ସମୟରେ ଟ୍ରକ୍ ସହ ଟ୍ରାକ୍ଟରର ଧକ୍କା ହୋଇଥିଲା।

ଏହି କ୍ରମରେ ସିଂଘୁ ବର୍ଡରରେ ଉଷା ଟାଓ୍ଵାର ସାମ୍ନାରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। ମୃତ କୃଷକଙ୍କ ନାମ ଗୁରମୀତ ନିବାସୀ ମୋହାଲୀ। ତାଙ୍କ ବୟସ ୭୦ ବର୍ଷ। ଏହାର ସୂଚନା ମିଳିବା ମାତ୍ରେ କୁଣ୍ଡଳୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସୋନିପତର ସିଂଘୁ ବର୍ଡରରେ ଏ ପର୍ଯ୍ୟନ୍ତ ଚାରି ଜଣ କୃଷକଙ୍କ ମୃତ୍ୟୁ ଘଟିଛି। ପୋଲିସ ଗୁରମୀତଙ୍କ ଶବ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ସିଭିଲ ହସ୍ପିଟାଲ ସୋନିପତ ପଠାଇ ଦେଇଛି। ଏଥିସହ ମାମଲାର ତଦନ୍ତ ଚାଲିଛି।

   Related Posts