ଦିଲ୍ଲୀ ଯିବା ବେଳେ ଜୀବନ ହାରିଲେ ଆଉ ଜଣେ ଅନ୍ନଦାତା, ହୃଦଘାତରେ ଚାଲିଗଲା ଜୀବନ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ,୩୦/୧୧:  କୃଷକ ଆନ୍ଦୋଳନରେ ସାମିଲ ହୋଇଥିୂବା ଆଉଜଣେ ଅନ୍ନଦାତା ଜୀବନ ହାରିଛନ୍ତି । ହୃଦଘାତରେ ଏହି କୃଷକଜଣଙ୍କର ଅକାଳ ବିୟୋଗ ଘଟିଛି । ମୃତ କୃଷକ ହେଲେ ଗଜ୍ଜନ ସିଂ । ସେ ରବିବାର ରାତିରେ ପ୍ରାଣ ହରାଇଛନ୍ତି ।

ବାହଦୁରଗଡ ବାଇପାସ୍ ନିକଟରେ ଧାରଣା ପ୍ରଦର୍ଶନ ବେଳେ ଗଜ୍ଜନଙ୍କ ମୃତ୍ୟୁ ଘଟିଛି । ସେ ଲୁଧିଆନାର ସମରାଲାରେ ରହୁଥିଲେ ।  ତାଙ୍କ ପାର୍ଥିବ ଶରୀରକୁ ଏବେ ନାଗରିକ ହସ୍ପିଟାଲରେ ରଖାଯାଇଛି ।

ଏତତ୍ ବ୍ୟତୀତ ପଞ୍ଜାବରୁ ଆସିଥିବା କିଛି କୃଷକଙ୍କ ଟ୍ରାକ୍ଟର ଖରାପ ହୋଇ ଯାଇଛି । ଏହାକୁ ସଜାଡିବା ପାଇଁ ଆସିଥିବା ମେକାନିକଙ୍କ କାରରେ ମଧ୍ୟ ନିଆଁ ଲାଗିଯାଇଛି । ଏଥିରେ ସେ ଜୀଅନ୍ତା ଜଳିଯାଇଛନ୍ତି । ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ ଅଧିକାରୀ ରାଜେଶ ଦୁଗଲ କହିଛନ୍ତି ଯେ, ଜନକରାଜ ନିଜ କୃଷକ ସାଥିଙ୍କ ଟ୍ରାକ୍ଟର ସଜାଡିବାକୁ ଆସୁଥିଲେ ।  ସେ ରବିବାର ରାତି ୧୧ଟା.୩୦ରେ ବାହାଦୁରଗଡ ଆସିଥିଲେ ।  କିନ୍ତୁ ୧ଟା ୩୦ ମିନିଟରେ ତାଙ୍କ କାରରେ ହଠାତ ନିଆଁ ଲାଗିଯାଇଥିଲା । ସେଠାରେ ଉପସ୍ଥିତ କିଛି କୃଷକ ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ।

ଆହୁରି ମଧ୍ୟ ଶନିବାର ଦିଲ୍ଲୀ ଅଭିମୁଖେ ବାହାରିଥିବା ୨ଜଣ କୃଷକ ଟ୍ରକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ଅଘଟଣ ଭିବାନୀ ଜିଲ୍ଲାର ମୁଢାଲଠାରେ ଘଟିଥିଲା । ଉଭୟ କୃଷକଙ୍କୁ ଏକ ଟ୍ରକ୍ ପଛରୁ ଧକ୍କା ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.