ପୁଣି ଥରିଲା ଆଫଗାନିସ୍ତାନ, ଦୁଇ ଦିନ ତଳେ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରାଜ୍ୟପାଳ
11/03/2023 at 4:41 PM

ନୂଆଦିଲ୍ଲୀ, ୧୧/୦୩: ଉତ୍ତର ଆଫଗାନିସ୍ତାନରେ ପୁଣି ଏକ ବିସ୍ଫୋରଣ ହୋଇଛି। ଆଫଗାନିସ୍ତାନର ରାଜଧାନୀର ଉତ୍ତର ପୂର୍ବ ବଲ୍ଖ ରାଜ୍ୟରେ ଶନିବାର ଏହି ବିସ୍ଫୋରଣ ହୋଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି। ସୂଚନାଥାଉ, ଦୁଇଦିନ ତଳେ ବଲ୍ଖରେ ତାଲିବାନ୍ ଦ୍ବାରା ନିଯୁକ୍ତ ରାଜ୍ୟପାଳ ମୋହମ୍ମଦ ମୁଜାମିଲଙ୍କ ଏକ ଇସଲାମିକ୍ ଷ୍ଟେଟ୍ ଦ୍ବାରା ଏକ କରାଯାଇଥିବା ଏକ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା।
ତେବେ ଶନିବାର ହୋଇଥିବା ବିସ୍ଫୋରଣ ବଲଖର ଦ୍ବିତୀୟ ପୋଲିସ୍ ଜିଲ୍ଲାରେ ହୋଇଛି ବୋଲି କହିଛନ୍ତି ବଲଖର ପୋଲିସ ମୁଖପାତ୍ର ମହମ୍ମଦ ଆସିଫ୍ ଓ୍ବାଜିରି । ଆଗାମୀ ସମୟରେ ଅଧିକ ସୂଚନା ଦିଆଯିବା ନେଇ କୁହାଯାଇଛି। ଏହି ବିସ୍ଫୋରଣରେ ଅଧିକ ମୃତାହତ ହୋଇନଥିବା ଅନୁମାନ କରୁଛନ୍ତି ଅଧିକାରୀ ପୋଲିସ୍। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ପୋଲିସ୍ ଅଧିକାରୀ। ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ଅନୁଯାୟୀ, ଏହି ବିସ୍ଫୋରଣରେ ଅନେକ ସାମ୍ବାଦିକ ଆହତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣ କାରଣ ଜଣାପଡ଼ିନାହିଁ।
ସେପଟେ ତାଲିବାନ ଅଧିକାରୀ ରାଜ୍ୟପାଳ ଏବଂ ଅନ୍ୟ ଦୁଇ ଜଣଙ୍କ ବିସ୍ଫୋରଣରେ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି। ତେବେ ବର୍ତ୍ତମାନ ଆଫଗାନିସ୍ତାନର ଦକ୍ଷିଣ ପ୍ରାନ୍ତୀୟ କାନ୍ଦାହାରର ରାଜ୍ୟପାଳ ଅସ୍ଥାୟୀ ଭାବରେ ଦାୟିତ୍ବ ସମ୍ଭାଳିବେ।