ପୁଣି ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଚାଳକ

Published By : Prameya-News7 Bureau | April 30, 2022 IST

ଚେନ୍ନାଇ ୩୦।୪: ତାମିଲନାଡୁ କୃଷ୍ଣାଗିରିରେ ଜିଲ୍ଲାରେ ଶନିବାର ପୁଣି ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଛି । ଏହି କମ୍ପାନୀର ସ୍କୁଟରରେ ନିଆଁ ଲାଗିବାର ଏହା ହେଉଛି ପ୍ରଥମ ଘଟଣା । କମ୍ପାନୀ ବ୍ୟାଟେରୀ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଇଲେକ୍ଟ୍ରିକ୍ ସ୍କୁଟର ଫେରାଇନେଇଛି ।

କୃଷ୍ଣାଗିରି ଜିଲ୍ଲାର ହୋସୁର ନିବାସୀ ସତୀଶ ଗତ ବର୍ଷ ଓକିନଓ୍ବା କମ୍ପାନୀର ଇଲେକ୍ଟ୍ରିକ୍ ସ୍କୁଟର କିଣିଥିଲେ । ଶନିବାର ଦିନ ସତୀଶ ନିଜ ଇଲେକ୍ଟ୍ରିକ୍ ସ୍କୁଟରରେ ଅଫିସ୍ ଯିବାପାଇଁ ବାହାରି ଯାଇଥିଲେ । କିଛି ବାଟ ଗଲା ପରେ ସେ ଦେଖିବାକୁ ପାଇଥିଲେ ଯେ ସ୍କୁଟର ସିଟ୍ ତଳୁ ଧୂଆଁ ବାହାରୁଛି । ସିଟ୍ ଉଠାଇବା ପରେ ସେ ଦେଖିଲେ ଯେ ଗାଡିରେ ନିଆଁ ଲାଗିଯାଇଛି । ଏହାପରେ ସ୍କୁଟରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ସତୀଶ ସ୍କୁଟରରେ ଲାଗିଥିବା ନିଆଁକୁ କାବୁ କରିଥିଲେ । ମାତ୍ର ସ୍କୁଟରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି । କିଛି ଘଟଣାରେ ଲୋକମାନେ ନିଜ ଜୀବନ ମଧ୍ୟ ହାରିଛନ୍ତି ।

ସୂତ୍ର ଅନୁସାରେ ସରକାର ଏ ଘଟଣାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଇ-ବାଇକ୍ ଲଞ୍ଚ୍ ଉପରେ ରୋକ୍ ଲଗାଇଦେଇଛନ୍ତି । କହିଛନ୍ତି ଯେ, କୌଣସି ବେଞ୍ଚ୍ ସ୍କୁଟରରେ ନିଆଁ ଲାଗିବା ଘଟଣା ଘଟିବା ପରେ ସେହି ବେଞ୍ଚ୍‌ର ସମସ୍ତ ସ୍କୁଟର ଫେରାଇନେବ କମ୍ପାନୀ । ଏହି କ୍ରମରେ ଓକିନଓ୍ବା ଏବଂ ଓଲା ଭଳି ଇଲେକ୍ଟ୍ରିକ୍ ବାଇକ୍ ନିର୍ମାତା ନିଜର ଅନେକ ସ୍କୁଟର ଫେରାଇ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.