ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁଣି ଏକ ମାନହାନୀ ମାମଲା: ଏପ୍ରିଲ ୧୨ରେ ଶୁଣାଣି
1/04/2023 at 5:14 PM

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁଣି ଏକ ମାନହାନୀ ମାମଲା ରୁଜୁ । ଏଥର RSS ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ମାନହାନୀ ମାମଲା ହୋଇଛି। ଚଳିତ ବର୍ଷ ଜାନୁଆରୀ ମାସରେ ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ RSS ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ଆର୍ଏସ୍ଏସ୍ କର୍ମୀ କମଲ ଭଦୌରିଆ ଅଭିଯୋଗ କ୍ରମେ ଆଇନଜୀବୀ ଅରୁନ ଭଦୌରିଆ ଉତ୍ତରାଖଣ୍ଡର ହରିଦ୍ୱାର କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି।
ଅମ୍ବାଲାରେ ଭାରତ ଯୋଡ଼ ଯାତ୍ରା ସାରି ଏକ ବୈଠକରେ ଲୋକଙ୍କୁ ସମ୍ବୋଧନ କଲାବେଳେ ରାହୁଲ ଗାନ୍ଧୀ RSS ଏକବିଂଶ ଶତାବ୍ଦୀର କୌରବ ବୋଲି କହିଥିଲେ। ରାହୁଲ ଗାନ୍ଧୀ କହିଥିଲେ “ କୌରବ କିଏ? ମୁଁ ପ୍ରଥମେ ଆପଣଙ୍କୁ ଏକବିଂଶ ଶତାବ୍ଦୀର କୌରବଙ୍କ ବିଷୟରେ କହୁଛି। ସେମାନେ ହାଫ୍ ଖାକି ହାପ୍ ପେଣ୍ଟ ପିନ୍ଧନ୍ତି। ହାତରେ ବାଡ଼ି ଧରି ଶାଖା ଚଳାନ୍ତି। ଭାରତର ୨-୩ ଅରବପତିମାନେ ବର୍ତ୍ତମାନ ସେହି କୌରବଙ୍କ ସହ ଛିଡ଼ା ହୋଇଛନ୍ତି।”
Haridwar, Uttarakhand | A defamation case has been filed against Congress leader Rahul Gandhi by RSS worker Kamal Bhadauria in Haridwar court. Hearing is on April 12. Rahul Gandhi said in Haryana that RSS is the Kaurava of 21st century: Arun Bhadauria, Advocate pic.twitter.com/nhOjG2lZtm
— ANI (@ANI) April 1, 2023
ଏହି ମନ୍ତବ୍ୟକୁ ନେଇ ରାହୁଲଙ୍କ ବିରୋଧରେ ମାମଲା ହୋଇଛି। ଏପ୍ରିଲ୍ ୧୨ ତାରିଖରେ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ଗତମାସରେ ରାହୁଲ ଗାନ୍ଧୀ ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଏକ ମାନହାନୀ ମାମଲାରେ କୋର୍ଟ ତାଙ୍କୁ ଦଣ୍ଡିତ କରିଥିଲେ। ୧୫ ହଜାର ଫାଇନ ସହ ୨ ବର୍ଷ ଜେଲ୍ ଦଣ୍ଡ ଦିଆଯାଇଥିଲା। ଆଇପିସି ଧାରା ୫୦୪ ଅନୁସାରେ ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରାହୁ ଦୋଷୀ ହେବା ପରେ ତାଙ୍କର ଲୋକସଭା ସଦସ୍ୟ ପଦ ବି ରଦ୍ଦ ହୋଇଛି।