scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଉ ଏକ ଘୂର୍ଣ୍ଣିବଳୟ, ୯ରୁ ବଢିବ ବର୍ଷାର ପରିମାଣ, ୨୪ ଘଣ୍ଟାରେ ଭିଜିବ ଆଭ୍ୟନ୍ତରୀଣ ଓଡ଼ିଶା

6/07/2023 at 10:46 PM

ଭୁବନେଶ୍ଵର:  ରାଜ୍ୟରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ ।  ୯ ରୁ ବଢିବ ବର୍ଷାର ପରିମାଣ।  ଗତକାଲିଠୁ ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ ହୋଇଥିବା ବେଳେ ରାଜ୍ୟର ଅନେକ ଅଂଚଳରେ ବିସ୍ତୃତି ବର୍ଷା ହୋଇଛି।   ଲଗାଣ ବର୍ଷାରେ ଥଣ୍ଡା ପଡିଥିଲା ପୃଥିବୀ ।  ଏହାସହ ଘୂର୍ଣ୍ଣିବଳୟଟି  ଗାଙ୍ଗୟ ପଶ୍ଚିମବଙ୍ଗ ଉପତ୍ୟକା ଓ ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶାରେ ରହୁଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା।

ଆସନ୍ତା ୨୪ ଘଣ୍ଟାରେ ଭିଜିବ ଆଭ୍ୟନ୍ତରୀଣ ଓଡିଶା । ବରଗଡ଼ ବଲାଙ୍ଗୀର ସମ୍ବଲପୁର ଝାରସୁଡ଼ୁଦାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଯେପରିକି ପ୍ରବଳ  ବର୍ଷାର  ସମ୍ଭାବନା ରହିଛି। ପାଖାପାଖି ୭ ରୁ ୨୦ ସେମି ବର୍ଷା ରେକର୍ଡ ହେବାର  ପୂର୍ବାନୁମାନ କରାଯାଇଥିବା ବେଳେ ସାରା ରାଜ୍ୟରେ ରହିବ ବର୍ଷାର ପ୍ରବାହ ବୋଲି ଆକଳନ କରିଛି ବିଭାଗ। ସେହିପରି ଆସନ୍ତାକାଲି ବର୍ଷାର ପରିମାଣ ଟିକେ କମ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପୁଣି ଥରେ ଘୂର୍ଣ୍ଣିବଲୟ ପ୍ରଭାବରୁ ୯ ରୁ ବହିରେ ବର୍ଷାର  ବିସ୍ତୃତି। ସେହିପରି ଆକାଶ ମେଘାଛନ୍ନ ଥିବାରୁ ଆଦ୍ରତା ଅଧିକ ପାଇଁ ଗୁଳୁଗୁଳି ଅନୁଭବ ହେଉଛି। ଆଜି ୧୧.୩୦ ସୁଦ୍ଧା ଭୁବନେଶ୍ୱର ୮୭ ପ୍ରତିଶତ ଆଦ୍ରତା ରେକର୍ଡ କରାଯାଇଛି ।

ଅଧିକ ପଢନ୍ତୁ- ଆଷାଢ଼ ଯାଇ ଶ୍ରାବଣ ଆସିଲାଣି : ବର୍ଷା ଖେଳୁଛି ଲୁଚକାଳି, ଚାଷ ପାଇଁ କାଳ ହେଲାଣି ଦୁର୍ବଳ ମୌସୁମୀ

ସେପଟେ ୨୪ ଘଣ୍ଟା ଯାଏଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଲା ବରଗଡ଼ ସମ୍ବଲପୁର ନୂଆପଡ଼ା ଝାରସୁଗୁଡା ସୁନ୍ଦରଗଡ ବଲାଙ୍ଗୀର ଦେଓଗଡ କେନ୍ଦୁଝର ମୟୁରଭଞ୍ଜ ଅନୁଗୁଳ ସୋନପୁର ବୌଦ୍ଧ କନ୍ଧମାଳ କଳାହାଣ୍ଡି ଗଜପତି ରାୟଗଡା ନବରଙ୍ଗପୁର ମାଲକାନଗିରି କୋରାପୁଟ।  ସେହିପରି ଆସନ୍ତାକାଲି ରାଜ୍ୟରେ ଅନେକ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର  ସମ୍ଭାବନା ଥିବା ବେଳେ ୮ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Heavy rains lash coastal Odisha; Puri, Bhubaneswar break decades-old record  | India News,The Indian Express

ଗତ ୨୪ ଘଣ୍ଟାରେ  ରାଜ୍ୟର ଅନେକ ସ୍ଥାନରେ ବିସ୍ତୃତି ବର୍ଷା ରେକର୍ଡ ହୋଇଥିବା ବେଳେ ଦେଓଗଡ଼ର ବାରକୋଟ ରେ  ୧୨୭ .୦୬ ମିମି ବର୍ଷା ଜିଲ୍ଲାରେ ସର୍ବାଧିକ ୩୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ସର୍ବାଧିକ ୭୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଅଧିକ ପଢନ୍ତୁ- ଜୁନ୍‌ରେ ନିଅଣ୍ଟିଆ, ଜୁଲାଇରେ ହେବ ଭଲ ବର୍ଷା: ଆସନ୍ତା ୪ ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଅନ୍ୟପଟେ ଚଳିତ ମୌସୁମୀ ସିଜିନ୍ ଜୁନ୍ ୧ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ୧୯୧ .୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟରେ  ସ୍ବାଭାବିକ ବର୍ଷା ଠାରୁ ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ଆସନ୍ତା  ସପ୍ତାହରେ  ହେବାକୁ ଥିବା ବର୍ଷା ରେ ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

   Related Posts