ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଶିଶୁ ନିଖୋଜ, ଘର ନିକଟରେ ଖେଳୁଥିବା ବେଳେ କେହି ଅପହରଣ କରିଥିବା ଅଭିଯୋଗ

17/12/2020 at 12:04 PM

ଗଜପତି ୧୭।୧୨: ପୁଣି ଜଣେ ଶିଶୁ ନିଖୋଜ ଅଭିଯୋଗ । ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କାଶୀନଗର ସହରର କୁମୁଟି ସାହିରୁ ଶିଶୁ ନିଖୋଜ ହୋଇଛି । ନିଖୋଜ ଶିଶୁ ହେଲେ ୬ ବର୍ଷର ଜାମ୍ମୀ ହାର୍ଦ୍ଧିକ । ସେ ଘର ନିକଟରେ ଖେଳୁଥିବା ସମୟରେ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ନେଇଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ଏ ନେଇ ପରିବାରଲୋକ କାଶୀନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ଢେଙ୍କାନାଳରେ ବୁଧବାରଠାରୁ ନିଖୋଜ ହୋଇଥିବା ୩ ବର୍ଷ ଶିଶୁର ମୃତଦେହ କୂଅରୁ ମିଳିଥିଲା । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁର ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ବୁଧବାର ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କୁଆଡେ ଗାଏବ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ଶିଶୁର ସନ୍ଧାନ ମିଳିନଥିଲା । ଶିଶୁଟିକୁ କେହି ଅପହରଣ କରି ନେଇଥିବା ସନ୍ଦେହ କରାଯାଉଥିଲା । ତେବେ ଗୁରୁବାର ଘରଠାରୁ ଶହେ ମିଟର ଦୂର ଗାଁର କୂଅରୁ କଳିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ନିହଲପ୍ରସାଦ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଶିଶୁର ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି ।

   Related Posts