oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା, ବୈଠକକୁ ଆସିଲେନି ୭ ସାଂସଦ

11/07/2022 at 8:23 PM

ମୁମ୍ବାଇ: ନିକଟରେ ମହାରାଷ୍ଟ୍ରର କ୍ଷମତା ହରାଇବା ଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସୋମବାର ଆଉ ଏକ ବଡ ଝଟକା ଲାଗିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାତୋଶ୍ରୀରେ ଶିବସେନା ସାଂସଦଙ୍କ ବୈଠକ ଡକାଇଛନ୍ତି ହେଲେ ଏଥିରୁ କେବଲ ୧୨ ଜଣ ସାଂସଦ ପହଞ୍ଚିଛନ୍ତି। ବହୁ ପ୍ରତୀକ୍ଷା ପରେ ବି ସାତ ସାଂସଦ ବୈଠକକୁ ଆସି ନାହାନ୍ତି। ଲୋକସଭାରେ ଶିବସେନାର ମୋଟ୍ ୧୯ ସାଂସଦ ଅଛନ୍ତି। ଏକନାଥ ସିନ୍ଦେଙ୍କ ନେତୃତ୍ଵରେ ବିଧାୟକଙ୍କ ବିଦ୍ରୋହ ପରେ ଏବେ କିଛି ସାଂସଦ ଗୋଷ୍ଠୀ ପରିବର୍ତ୍ତନ କରି ପାରନ୍ତି।

ଏହା ପୂର୍ବରୁ ମଧ୍ୟ କିଛି ସାଂସଦ ଉଦ୍ଧବ ଠାକରେଙ୍କୁ ଏକନାଥ ଗୋଷ୍ଠୀଙ୍କ ସହ ଆଲୋଚନା କରିବାକୁ ସୁପାରିଶ କରିଥିଲେ। ଉଦ୍ଧବଙ୍କ ଦ୍ଵାରା ଡକାଯାଇଥିବା ଏହି ବୈଠକରେ ଗଜାନନ  କିର୍ତ୍ତିକର, ଅରବିନ୍ଦ ସାଓ୍ଵନ୍ତ, ବିଧାୟକ ରାଉତ, ହେମନ୍ତ ଗୋଡସେ, ଧୈର୍ଯ୍ୟ ମାନେ, ଓମରାଜେ ନିମ୍ବାଲକର, ରାଜେନ୍ଦ୍ର ଗାବିତ, ରାଜନ ବିଚାରେ ଏବଂ ରାହୁଲ ଶେବାଲେ ସମେତ ୧୨ ସାଂସଦ ପହଞ୍ଚିଛନ୍ତି। ବାକି ସାଂସଦ ବୈଠକକୁ ଆସି ନାହାନ୍ତି। ବୈଠକରେ ଶିବସେନାର ୩ ରାଜ୍ୟସଭା ସାଂସଦ ମଧ୍ୟ ଯୋଗ ଦେଇଥିଲେ। ମୋଟ୍ ୨୨ ଜଣଙ୍କୁ ଆମନ୍ତ୍ରଣ କରିଥିଲେ ଉଦ୍ଧବ।

ଯେଉଁ ସାଂସଦ ଉଦ୍ଧବ ଠାକରେଙ୍କ ବୈଠକକୁ ଆସି ନାହାନ୍ତି ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏବଂ ଭାବନା ଗବଲି ମଧ୍ୟ ସାମିଲ୍। ଠାକରେ ଗୋଷ୍ଠୀ ନିକଟରେ ଗବଲିଙ୍କୁ ମୁଖ୍ୟ ସଚେତକ ପଦରୁ ହଟାଇଥିଲେ ଏବଂ ତାଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ଦାୟିତ୍ଵ ଦେଇଥିଲା। କୁହାଯାଉଛି ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏହି ବୈଠକ ଡକାଯାଇଥିଲା। ଏହି ସମୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ଉପରେ ଆଲୋଚନା ହେବାର ଥିଲା।

କିନ୍ତୁ ଶିବସେନା ସାଂସଦ ତଥା ପ୍ରମୁଖ ମୁଖପାତ୍ର ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ଲୋକସଭାରେ ପାର୍ଟିର ୧୮ ସାଂସଦଙ୍କ ମଧ୍ୟରୁ ୧୫ ଜଣ ବୈଠକରେ ଯୋଗ ଦେଇଛନ୍ତି। ହେଲେ ଏହି ବିଷୟରେ ସେ ଅଧିକ କିଛି କହି ନାହାନ୍ତି। ମହାରାଷ୍ଟ୍ରର ୧୮ ଲୋକସଭା ସାଂସଦ ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ଦାଦରା ଏବଂ ନଗର ହାବେଳୀ, ଡାମନ ଡିଉରୁ ଶିବସେନାର ସାଂସଦ ଅଛନ୍ତି।

   Related Posts