କାଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା, ଗୁଳି କରି ମାରିଦେଲେ ଆତଙ୍କବାଦୀ

Published By : Prameya-News7 Bureau | August 17, 2021 IST

ଶ୍ରୀନଗର ୧୭/୦୮: ଜାମ୍ମୁକାଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ବିଜେପି ନେତାଙ୍କ ଉପରକୁ ଆତଙ୍କବାଦୀ ଗୁଳି କରିଥିଲେ। ଏଥିରେ ଗୁରୁତର ହୋଇଥିବା ବିଜେପି ନେତାଙ୍କୁ ହସ୍ବିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି। ମୃତକ ବିଜେପି ନେତା ଜାଭେଦ ଅହମଦ ଡାରଙ୍କ ପୁଅ ଅବଦୁଲା ଡାର। ​‌ ସେ କୁଲଗାମର ବାସିନ୍ଦା ବୋଲି ସୂଚନା ମିଳିଛି। ଘଟଣା ପରେ ସୁରକ୍ଷାବଳ ଏବଂ ପୋଲିସ ମିଳିତ ଭାବେ ଆତଙ୍କବାଦୀଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି।

ଏହା ପୂର୍ବରୁ ଦୁଇ ଅନ୍ୟ ବିଜେପି ନେତାଙ୍କୁ ଆତଙ୍କବାଦୀ ଗୁଳି କରି ମାରିଥିଲେ।  ବିଜେପି ନେତାଙ୍କ ହତ୍ୟା ପରେ କାଶ୍ମୀର ବିଜେପିର ମିଡିଆ ସେଲ ପ୍ରଭାରୀ ମଞ୍ଜୁର ଅହମଦ ଟ୍ବିଟ୍‌ କରି ଲେଖିଛନ୍ତି, ବିଜେପିର କୁଲଗାମ ନିର୍ବାଚନ କ୍ଷେତ୍ରର ପ୍ରଭାରୀ ଜାଭେଦ ଅହମଦ ଡାରଙ୍କୁ ଆତଙ୍କବାଦୀ ହତ୍ୟା କରିବା ଘଟଣାକୁ ନିନ୍ଦା କରୁଛି। ମିଳିଥିବା ସୂଚନା ଅନୁସାରେ, ଆଜି କୁଲଗାମ ଜିଲ୍ଲାର ବରାଜଲୁ ବଜାରରେ ଆତଙ୍କବାଦୀମା​‌ନେ ହଠାତ ଫାୟାରିଂ କରିଥିଲେ। ଏଥି​‌ରେ ଦୁଇ ଜଣ ନାଗରିକ ଗୁରୁତର ହୋଇଥିଲେ ବୋଲି ସୂଚନା ମିଳିଥିଲା ।

ସେମାନଙ୍କ ମଧ୍ୟରୁ ଜଣେ ବିଜେପି ନେତା ଜାଭେଦ ଅହମଦ ଥିଲେ। ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଗତ ସପ୍ତାହରେ ଆତଙ୍କବାଦୀମାନେ ଅନନ୍ତନାଗ ଜିଲ୍ଲାର ବିଜେପି ନେତା ଗୁଲାମ ରସୁଲ ଏବଂ ତାଙ୍କ ପତ୍ନୀଙ୍କୁ ଘରେ ପଶି ହତ୍ୟା କରିଥିଲେ। ଏହାର କିଛି ଦିନ ପରେ ବିଜେପି ନେତା ଜଶବୀର ସିଂହଙ୍କ ଘରେ ଆତଙ୍କବାଦୀ ଗ୍ରେନେଡ୍‌ ମାଡ କରିଥିଲେ। ଏଥିରେ ବୀର ସିଂହଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.