ୟୁପିରେ ଏନକାଉଣ୍ଟର; ପୋଲିସ ଗୁଳିରେ ୨ ଅପରାଧୀ ନିହତ

Published By : Prameya-News7 Bureau | May 14, 2023 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର । ଦୁଇ ଦୁର୍ଦ୍ଦାନ୍ତ ଅପରାଧୀକୁ ସୁଟ୍ କରିଛି ୟୁପି ପୋଲିସ । ୪ଦିନ ପୂର୍ବରୁ ଜାଲୌନ ଅଞ୍ଚଳରେ ସିପାହୀ ଭେଦଜିତଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ । ରବିବାର ଦୁଇ ଅପରାଧୀଙ୍କୁ ପୋଲିସ ଗୁଳି କରି ନିହତ କରିଛି । ପୋଲିସ କର୍ମଚାରୀଙ୍କ ହତ୍ୟା ପରେ ଅପରାଧୀଙ୍କୁ ଧରିବା ୟୁପି ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା । ପୋଲିସ ମୁଖ୍ୟାଳୟ ପକ୍ଷରୁ ତିନୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଛାନବିନ୍ କରାଯାଇଥିଲା । ପରେ ଜାଲୌନ ଅଞ୍ଚଳକୁ ଘେରାବନ୍ଦୀ କରି ଅପରାଧୀଙ୍କୁ ମାରିଛି ପୋଲିସ ।  

ପୋଲିସ ଦୁଇ ଦୁଦ୍ଦାନ୍ତ ଅପରାଧୀଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା । ହେଲେ ଦୁଇ ଅପରାଧୀ ପୋଲିସ ଉପରକୁ ଫାୟାରିଂ କରିଥିଲେ । ପୋଲିସର ପାଲଟା ଜବାବରେ ଅପରାଧୀଙ୍କ ଉପରେ ଗୁଳି ଲାଗିଥିଲା । ୨ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଜଣେ ପୋଲିସ ଅଧିକାରୀ ଓ ୨ଜଣ ସିପାହୀଙ୍କ ଦେହରେ ମଧ୍ୟ ଗୁଳି ବାଜିଛି । ୨ ମୃତ ଅପରାଧି ହେଉଛନ୍ତି ୟୁପି କାଲ୍ଲୁ ଅଞ୍ଚଳର ରାହିଆ ଓ ସରଶୋଖୀ ବୋଲି ଜଣାପଡ଼ିଛି ।

ମଙ୍ଗଳବାର ରାତିରେ ହାଇଓ୍ବେ ପୋଲିସ ଡ୍ୟୁଟି କରୁଥିବା ସମୟରେ ଜଣେ ସିପାହୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ପରେ ପୋଲିସ ତିନୋଟି ଟିମ୍ ଗଠନ କରିବା ଜାଲୌନ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରିଥିଲା  । ୪ଦିନ ପରେ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.