ଦିଲୀପ ପାହାନ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ୨୦କୁ ବଢିଲା ଗିରଫଙ୍କ ସଂଖ୍ୟା

Published By : Prameya-News7 Bureau | June 09, 2024 IST

ଖଲ୍ଲିକୋଟ ୯।୬: ରାଜନୈତିକ ହିଂସାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ବିଜେପି କର୍ମୀ ଦିଲୀପ ପାହାନଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଅଞ୍ଚଳରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତର ସମିତି ସଭ୍ୟ ରାଜୁ ତରେଇ । ମୃତ ଦିଲୀପ ପାହାନଙ୍କ ବାପା ରାମ ପାହାନଙ୍କ ଅଭିଯୋଗ ଅନୁଯାୟୀ ରାଜୁକୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ଗିରଫ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏସଆଇଟି ଗଠନ କରାଯାଇ ତଦନ୍ତ ଜାରି ରହିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି ।

You Can Read :

ରଥଖଳାରେ ଅଘଟଣ : ମୁଣ୍ଡରେ ଶାବଳ ବାଜି ଜଣେ ଶ୍ରମିକ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.